Below header

ଟେନିସରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କଲେ ସାନିଆ, WTA ଟୁର୍ଣ୍ଣାମେଣ୍ଟ ହେବ ଶେଷ ମ୍ୟାଚ୍‌

ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକ ମଧ୍ୟରେ ଛାଡପତ୍ର ଖବର ଚର୍ଚ୍ଚା ମଧ୍ୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ସାନିଆ ମର୍ଜା ଟେନିସରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଯାହା ଜାଣିବା ପରେ ଫ୍ୟାନ୍ସ ନିରାଶ ହୋଇଛନ୍ତି । ଫେବୃଆରୀରେ ଦୁବାଇରେ ଖେଳାଯିବାକୁ ଥିବା WTA ୧୦୦୦ ଟୁର୍ଣ୍ଣାମେଣ୍ଟ ପରେ ସାନିଆ ମିର୍ଜା ଟେନିସ୍ରୁ ଅବସର ନେବେ।

WTA ଚାମ୍ପିଅନସିପ ସାନିଆଙ୍କ କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଦୁବାଇରେ ଟେନିସ ଚାମ୍ପିଅନସିପ ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଇଛି । WTA 1000 ଇଭେଣ୍ଟ ସାନିଆଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଜଣାପଡିଛି । ଡବ୍ଲୁଟିଏ ୱେବସାଇଟ୍କୁ ଦେଇଥିବା ଏକ ସାକ୍ଷାତକାରରେ ସାନିଆ କହିଛନ୍ତି ଯେ ସେ ୨୦୨୨ ଶେଷ ସୁଦ୍ଧା ଅବସର ଘୋଷଣା କରିଥା’ନ୍ତେ, କିନ୍ତୁ କହୁଣୀରେ ଆଘାତ ଲାଗିବାରୁ ୟୁଏସ୍ ଓପନରୁ ଓହରିଥିଲେ।

୩୬ ବର୍ଷୀୟ ସାନିଆ ମିର୍ଜା ଡବଲ୍ସରେ ବିଶ୍ୱର ନଂ ୧ ଖେଳାଳି ରହିସାରିଛନ୍ତି । ଗତବର୍ଷ ସାନିଆ ସନ୍ନ୍ୟାସ ନେବା କଥା ଘୋଷଣା କରିଥିଲେ । ତେବେ ସାନିଆ ୨୦୨୩ର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନ ଖେଳିବେ। ଏହାପରେ ୟୁଏଇରେ ଚାମ୍ପିଅନସିପ ଖେଳିବା ପରେ ଟେନିସରୁ ବିଦାୟ ନେବେ ।

ସାନିଆ ମିର୍ଜା ଅର୍ଜୁନ ଆଓ୍ଵାଡ(୨୦୦୪), ପଦ୍ମଶ୍ରୀ ଆଓ୍ଵାର୍ଡ (୨୦୦୬), ରାଜୀବ ଗାନ୍ଧି ଖେଳ ରତ୍ନ ଆଓ୍ଵାର୍ଡ (୨୦୧୫) ଏବଂ ପଦ୍ମ ଭୂଷଣ ଆଓ୍ଵାର୍ଡ (୨୦୧୬)ରେ ସମ୍ମାନିତ ହୋଇସାରିଛନ୍ତି। ସାନିଆ ଏପର୍ଯ୍ୟନ୍ତ ୬ଟି ବଡ ଚାମ୍ପିଅନସିପରେ ମଡେଲ ମଧ୍ୟ ଜିତିସାରିଛନ୍ତି ।
ସାନିଆ ଡବଲ୍ସରେ ଅଷ୍ଟ୍ରେଲିଆନ ଓପନ(୨୦୧୬), େଓ୍ଵମ୍ବଲଡନ(୨୦୧୫), ୟୁଏସ ଓପନ (୨୦୧୫) ଟାଇଟଲ ଜିତିଛନ୍ତି। ଏହାଛଡା ମିକ୍ସଡ ଡବଲରେ ତିନିଟି ଗ୍ରାଣ୍ଡ ସ୍ଲାମ୍‌ ଅଷ୍ଟ୍ରେଲିଆ ଓପନ (୨୦୦୯), ଫ୍ରେଞ୍ଚ ଓପନ (୨୦୧୨) ଏବଂ ୟୁଏସ୍‌ ଓପନ (୨୦୧୪) ଟାଇଟଲ ଜିତିଛନ୍ତି ।

ସୂଚନାଯୋଗ୍ୟ, ସାନିଆ ମିର୍ଜା ଏବଂ ସୋଏବଙ୍କ ବିବାହ ବିଚ୍ଛେଦ ନେଇ ଗତ କିଛିଦିନରୁ ଚର୍ଚ୍ଚା ଚାଲିଥିଲା। କିଛି ଦିନ ହେବ ସାନିଆ ଏବଂ ସୋଏବଙ୍କ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା। ଆଉ ଏହି ଖବର ସୀମା ଡେଇଁ ଭାରତରେ ମଧ୍ୟ ପହଞ୍ଚିଥିଲା। ଏପରିକି ସୋଏବ ସାନିଆଙ୍କୁ ଧୋକା ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଦୁହିଁଙ୍କ ବିବାହ ବିଚ୍ଛେଦ ପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଦାୟୀ କରାଯାଇଥିଲା। ତେବେ ଏନେଇ ସାନିଆ ଓ ସୋଏବଙ୍କ ପକ୍ଷରୁ କିନ୍ତୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.