ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏଥିରେ ହୃଦ୍‌ଘାତରେ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଗତ ମଙ୍ଗଳବାର ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଜାହାଜରୁ ମିଲ୍ୟାକୋଭଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସୂଚନା ଯୋଗ୍ୟ ୫୧ ବର୍ଷ ବୟସ୍କ ମିଲ୍ୟାକୋଭ ସର୍ଗେଇଙ୍କ ଶବ ଜାନୁୟାରୀ ୩ ତାରିଖ ଦିନ ପାରଦ୍ୱୀପ ବନ୍ଦରରେ ଏକ ଜାହାଜରୁ ମିଳିଥିଲା। ସର୍ଗେଇ ସେହି ଜାହାଜରେ ଚିଫ ଇଞ୍ଜିନିୟର ଥିଲେ। ଜାହାଜଟି ବାଂଲାଦେଶ ଚଟଗାଓଁରୁ ପାରାଦ୍ୱୀପ ରାସ୍ତାରେ ମୁମ୍ବାଇ ଯାଉଥିଲା। ତେବେ ଜାନୁୟାରୀ ୩ ତାରିଖ ସକାଳେ ସର୍ଗେଇ ଜାହାଜର ଚାମ୍ବରରେ ମୃତ ମିଳିଥିଲେ। ମିଲ୍ୟାକୋଭ ସର୍ଗେଇଙ୍କ ଶବ ମିଳିବା ଖବର ପାରାଦ୍ୱୀପ ବନ୍ଦରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.