ରାଜ୍ୟରେ ବଢ଼ିଛି ଶୀତ: ଆଗାମୀ ୨୪ ଘଣ୍ଟାରେ ୩ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆହୁରି ବଢ଼ିବ ଶୀତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡିଗ୍ରୀ ଯାଏ ତଳକୁ ଖସିବ ରାତି ତାପମାତ୍ରା । ଝାରସୁଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ରାଉରକେଲାରେ ୬ ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ୧୦ ଡିଗ୍ରୀ ତଳେ ୨୦ ସହର ।

ସେହିଭଳି କଟକ ଭୁବନେଶ୍ୱରରେ ରେକର୍ଡ ହେଲା ଶୀତରେ ସର୍ବନିମ୍ନ ରାତି ତାପମାତ୍ରା । କଟକରେ ୧୧ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ୧୧.୫ ଡିଗ୍ରୀ ରହିଛି । ଯାହାକି ଗତ ରାତି ତୁଳନାରେ ୩ ଡିଗ୍ରୀ କମିଛି ତାପମାତ୍ରା । ଆହୁରି ୩ରୁ ୪ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହା ହେଲେ ଭୁବନେଶ୍ୱରରେ ୭ରୁ * ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.