Below header

ପତଳା ହେବାର ସିକ୍ରେଟ୍ ଖୁଲାସା କଲେ ସାନିଆ, ୪ ମାସରେ କମାଇଲେ ୨୬ କିଲୋ ଓଜନ

ଗତ ଶନିବାର ସଂନ୍ଧ୍ଯାରେ ଇଣ୍ଡିଆ ଟୁଡେ ଇସ୍ପିରେଶନରେ ଟେନିସ୍ ଖେଳାଳୀ ଏବଂ ଷ୍ଟାଇଲ୍ ଆଇକନ ସାନିଆ ମିର୍ଜା ସାମିଲ ହୋଇଛନ୍ତି। ଏହି ଇଭେଣ୍ଟରେ ସାନିଆ ନିଜର ପ୍ରେଗନାନ୍ସି, ଖେଳ କ୍ଯାରିୟର ଏବଂ ଟ୍ରୋଲିଂଗ ବିଷୟରେ କିଛି କଥା ସେୟାର କରିଛନ୍ତି। ସାନିଆ କହିଥିଲେ ପ୍ରେଗନାନ୍ସି ସମୟରେ ଲୋକମାନେ ମତେ କିଭଳି ମୋଟି କହୁଥିଲେ। ସାନିଆଙ୍କ କହିବାନୁଯାୟୀ ପ୍ରେଗନାନ୍ସି ସମୟରେ ଲୋକମାନେ ମୋର ମୋଟା ହେବାକୁ ନେଇ ଟ୍ରୋଲ କରିଥିଲେ। ଲୋକମାନେ ଏହି କଥା ବୁଝିପାରୁନଥିଲେ କି ଭିତରେ ମଧ୍ଯ ଜରଙ୍କର ଜୀବନ ସୃଷ୍ଟି ହେଉଛି। ଲୋକମାନଙ୍କୁତ ବାସ୍ ଖାଲି ମୋଟା ହେବାକୁ ଦେଖି କମେଣ୍ଟ ମାରିଆସେ। ଲୋକମାନେ ଏହା ମଧ୍ଯ ବୁଝିବା ଦରକାର ଯେ ପ୍ରେଗନାନ୍ସି ସମୟରେ ଜଣେ ନାରୀ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏହା ବ୍ଯତୀତ ସାନିଆ କହିଛନ୍ତି ଆଗରୁ ସେ ନିଜକୁ ଖୁବ୍ ଫିଟ୍ ରଖିବା ଉପରେ ଧ୍ଯାନ ଦେଉଥିଲେ। ଏପରିକି ପୁଅ ଇଜହାନ ଜନ୍ମ ହେବାର ତିନି ସପ୍ତାହ ପରେ ସେ ଏକ୍ସରସାଇଜ୍ କରିବା ଆରମ୍ଭ କରିଦେଇଥିଲେ। ସାନିଆ ମାତ୍ର ୪ ମାସରେ ୨୬ କିଲ ଓଜନ କମ କରିଛନ୍ତି।

saniaଏହି ଇଭେଣ୍ଟର ହୋଷ୍ଟ ସାନିଆଙ୍କର ନୋଜ୍ ରିଙ୍ଗ୍କୁ ନେଇ ମଧ୍ଯ ଖୁବ୍ ସୁନ୍ଦର ବୋଲି ମଧ୍ଯ କହିଛନ୍ତି। ଏହିକଥାକୁ ନେଇ ସାନିଆ କହିଛନ୍ତି ଥରେ ସେ ଗୋଟେ ଇଭେଣ୍ଟକୁ ଯାଇଥିଲେ, ଯେଉଁଠାରେ ମୁକ ପିଲାମାନେ ଥିଲେ। ସେଠାରେ ଜଣେ ମହିଳା ତାଙ୍କ ନାକକୁ ବାରମ୍ବାର ଛୁଇଁ କଥା ହେଉଥିଲେ। କିନ୍ତୁ କିଛି ସମୟରେ ସାନିଆ ପଚାରିଥିଲେ ଏପରି କରିବାର ଅର୍ଥ କଣ। ସେହି ସମୟରେ ମହିଳା ଜଣିକ କହିଥିଲେ ନାକରେ ହାତ ମାରିବାର ଅର୍ଥ ସାନିଆ ମିର୍ଜା। କାରଣ ସେ ଏହିଭଳି ଭାବେ ସାନିଆଙ୍କୁ ଜାଣିପାରୁଥିଲେ।

sania mirza

ଏହାସହ ପଢନ୍ତୁ: ୧୦୩ ବର୍ଷ ବୟସରେ ମଧ୍ୟ ରହିଛି ବଞ୍ଚିବାର ଇଚ୍ଛା, କୁହନ୍ତି ‘ଫିଟ୍ ରହିବା ମୋ ସଉକ’

ରିପୋର୍ଟ ଅନୁଯାୟୀ ସାନିଆ ମିର୍ଜା ଭାରତର ନମ୍ବର ୧ ଟେନିସ୍ ପ୍ଲେୟାର। ସେ ଖୁବ୍ ଜଲଦି ଚତୁର୍ଥ ଅଲମ୍ପିକ୍ ଖେଳିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.