ବିବାହ ଉତ୍ସବରେ ମିଳିଲା ନିଆରା ଉପହାର, ଯାହାକୁ ଦେଖି ଦମ୍ପତି ହୋଇଗଲେ ଖୁସି

ଅନୁଗୋଳ (କେ ନ୍ୟୁଜ) : ପିଆଜ ଦର ବଜାରରେ ହୁ ହୁ ବଢିଚାଲିଛି। ଦର ଉପରେ ଲାଗିପାରୁନି ବ୍ରେକ। ପିଆଜର ଦରବ୍‌ଦ୍ଧି ନେଇ ଏବେ ସମସ୍ତେ କାନ୍ଦୁଛନ୍ତି। ଏହାର ମୂଲ ଏବେ ୨୦୦ ଟଙ୍କାରେ ପହଞ୍ଚିଲାଣି। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋପିଛା ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ତାମିଲନାଡୁର ଏକ ମୋବାଇଲ ଦୋକାନରେ ସ୍ବାର୍ଟଫୋନ କିଣିଲେ ପିଆଜ ଫ୍ରିରେ ମିଳୁଛି। ପିଆଜର ମୂଲ୍ୟ ବୃଦ୍ଧି ଯୋଗୁଁ ହୋଟେଲ, ବାହାଘର, ବ୍ୟବସାୟ ଇତ୍ୟାଦି ଉପରେ ପ୍ରଭାବ ପଡିଛି। କିନ୍ତୁ କୌତୁହଳର ବିଷୟ ପିଆଜକୁ ନେଇ ଲୋକେ ଏତେମାତ୍ରାରେ ଚିନ୍ତା କରୁଥିବା ବେଳେ ଲୋକେ ଏବେ ବିବାହ ଉତ୍ସବରେ ପିଆଜକୁ ଉପହାର ବାବଦରେ ଦେବାକୁ ଲାଗିଲେଣି। ଏମିତି ଏକ ଘଟଣା ଅନୁଗୋଳରେ ଦେଖିବାକୁ ମିଳିଛି।

onion 1

ଅନୁଗୋଳ ସହରରେ ଆଦିମାତା ନଗରରେ ଏକ ବିବାହ ଉତ୍ସବରେ ନବ ଦମ୍ପତିଙ୍କୁ ତାଙ୍କର ବନ୍ଧୁମାନେ ପିଆଜ ଉପହାର ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାରେ। ବର୍ତ୍ତମାନ ପରିପ୍ରେକ୍ଷୀରେ ପିଆଜ ଏବେ ସବୁଠାରୁ ମୂଲବାନ ଜିନିଷ ହୋଇପଡିଛି। ତେଣୁକରି ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ଏପରି ଉପହାର ଦେଇଥିବା ବନ୍ଧୁମାନେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.