ଜନ୍ମଦିନ ପାଳିଲେ ନାହିଁ ସୋନିଆ ଗାନ୍ଧି, କହିଲେ ମୁଁ ଖୁବ୍‌ ମର୍ମାହତ

ନୂଆଦିଲ୍ଲୀ : ଆଜି ୭୩ ବର୍ଷ ବୟସରେ ପଦାର୍ପଣ କଲେ କଂଗ୍ରେସ ତଥା ୟୁପିଏ ଅଧକ୍ଷ୍ୟା ସୋନିଆ ଗାନ୍ଧି । ଅବଶ୍ୟ ସେ ଆଜି ଜନ୍ମ ଦିନ ପାଳନ କରୁ ନାହାନ୍ତି । ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ସେ ଖୁବ୍‌ ଦୁଃଖୀ ଅଛନ୍ତି ତେଣୁ ଜନ୍ମ ଦିନ ପାଳିବେ ନାହିଁ ବୋଲି ଜଣାଇ ଦେିଛନ୍ତି । ସେହିପରି ନିଜ ସମର୍ଥକ ଏବଂ କଂଗ୍ରେସ କର୍ମକର୍ତାଙ୍କୁ ମଧ୍ୟ ତାଙ୍କ ଜନ୍ମଦିନ ନପାଳିବାକୁ ସେ ପରାମର୍ଶ ଦେଇଛନ୍ତି । ହାଇଦ୍ରାବାଦ ଓ ଉନ୍ନାଓ ଦୁଷ୍କର୍ମ ଘଟଣା ପରେ ସୋନିଆ ଏପରି ନିଷ୍ପତ୍ତି ନେଇଛନ୍ତି । ଦେଶରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଘଟଣାଗୁଡ଼ିକରେ ସେ ଅତ୍ୟନ୍ତ ମର୍ମାହତ ବୋଲି ଜଣାଇଛନ୍ତି ।


ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆଙ୍କୁ ତାଙ୍କ ଜନ୍ମତିଥିରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥତା ଓ ଦୀର୍ଘାୟୁ କାମନା କରିଛନ୍ତି । ସେହିପରି ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ଏବଂ ଅନ୍ୟ ରାଜନୈତିକ ଦଳ ସମେତ ସାଧାରଣ ଲୋକଙ୍କର ମଧ୍ୟ ଶୁଭେଚ୍ଛା ସୁଅ ଛୁଟିଛି ସୋନିଆଙ୍କୁ ।

SONIA-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.