Below header

ଲଣ୍ଡନର ହିନ୍ଦୁ ମନ୍ଦିରରେ ଗାର୍ଲଫ୍ରେଣ୍ଡଙ୍କ ସହ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ, ପିଏମ୍‌ ମୋଦିଙ୍କ ନୂଆ ଭାରତକୁ କଲେ ସମର୍ଥନ

ବ୍ରିଟେନରେ ଗୁରୁବାର ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରବାସୀ ଭାରତୀୟଙ୍କୁ ଆକର୍ଷିତ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନିଜ ଗାର୍ଲଫ୍ରେଣ୍ଡ କେରୀ ସାଇମଣ୍ଡସ୍‌ଙ୍କ ସହ ଲଣ୍ଡନର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତ ନିର୍ମାଣ ମିଶନରେ ତାଙ୍କ ସହିତ ମିଶି କାମ କରିବା ପାଇଁ ସେ ସଂକଳ୍ପ ନେଇଥିଲେ।

ଏହାସହ ପଢ଼ନ୍ତୁ: ପୁଣି ଏକ ଲୋମହର୍ଷଣକାରୀ ଘଟଣା, ଦୁଷ୍କର୍ମରେ ଅସଫଳ ହେବାରୁ ପୀଡିତାଙ୍କୁ ଜାଳିଦେଲେ ଜିଅନ୍ତା

ହାଲୁକା ଗୋଲାପି ରଙ୍ଗର ସିଲ୍କ ଶାଢି ପିନ୍ଧି ୩୧ ବର୍ଷୀୟା ସାଇମଣ୍ଡସ୍‌ ଶନିବାର ଜନ୍‌ସନଙ୍କ ସହିତ ଲଣ୍ଡନର ଉତ୍ତର-ପଶ୍ଚିମ ଅଞ୍ଚଳ ନେସ୍‌ଡେନରେ ଥିବା ପ୍ରସିଦ୍ଧ ସ୍ୱାମୀନାରାୟଣ ମନ୍ଦିର ଯାଇଥିଲେ। ସେଠାରୁ ସେ ନିଜର ପ୍ରଥମ ଅଫିସିଆଲ୍‌ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ।

BRITISH PM 1

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନ୍‌ସନ କହିଥିଲେ, ‘ମୁଁ ଜାଣିଛି ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତ ନିର୍ମାଣ କରୁଛନ୍ତି। ବ୍ରିଟିଶ ସରକାରରେ ଆମେ ଆନ୍ତରିକ ଭାବେ ତାଙ୍କୁ ସମର୍ଥନ କରିବାକୁ ପ୍ରୟାସ କରିବୁ’। ତେବେ ଓପିନିଅନ୍‌ ପୋଲ୍‌ରେ ଜନ୍‌ସନଙ୍କ ଶାସିତ କନ୍‌ର୍ଜଭେଟିଭ୍‌ ପାର୍ଟି ବିରୋଧୀ ଲେବର ପାର୍ଟିଠାରୁ ବହୁତ ଆଗରେ ଚାଲିଛି।

ଏହାସହ ପଢ଼ନ୍ତୁ: ଆଜି ପୁଣି କେନ୍ଦ୍ରୀୟ ଦିଲ୍ଲୀର ଜନବହୁଳ ଝାନସୀ ରାଣୀ ରୋଡ ଠାରେ ଥିବା ଶସ୍ୟ ଗୋଦାମରେ ଅଗ୍ନିକାଣ୍ଡ

କଶ୍ମୀର ପ୍ରସଙ୍ଗରେ ଜନ୍‌ସନ କହିଥିଲେ ଯେ ଏହି ଦେଶରେ କୌଣସି ବି ପ୍ରକାର ଜାତି ଅଥବା ଭାରତ ବିରୋଧୀ ଭାବନା ପାଇଁ ସ୍ଥାନ ମିଳି ନ ଥାଏ’। ସେ ଆହୁରି କହିଥିଲେ, ‘ବ୍ରିଟିଶ ଭାରତୀୟମାନେ ମଧ୍ୟ ପୂର୍ବରୁ କନ୍‌ର୍ଜଭେଟିଭ୍‌କୁ ଜିତାଇବା ପାଇଁ ସାହାଯ୍ୟ କରିଥିଲେ। ଯେବେ ମୁଁ ନରେନ୍ଦ୍ର ଭାଇଙ୍କୁ ଏହା କହିଥିଲି, ସେ ହସିବାକୁ ଲାଗିଥିଲେ। ଆଉ କହିଥିଲେ, ଭାରତୀୟମାନେ ସବୁବେଳେ ଜିତୁଥିବା ଲୋକଙ୍କ ସହିତ ରହିଥାଆନ୍ତି’।

BRITISH PM 2

ସେହିପରି ମନ୍ଦିର ବିଷୟରେ ନିଜ ମତ ରଖିବାକୁ ଯାଇ ପ୍ରଧାନମନ୍ତ୍ରୀ ଜନ୍‌ସନ କହିଥିଲେ, ଆମ ଦେଶକୁ ହିନ୍ଦୁ ସମୁଦାୟ ଦ୍ୱାରା ଦିଆଯାଇଥିବା ସବୁଠାରୁ ମହାନ ଉପହାର ମଧ୍ୟରୁ ଏହି ମନ୍ଦିର ଅନ୍ୟତମ। ଆପଣ ମହାନ୍‌ ଚାରିଟେବୁଲ୍‌ ଓ୍ଵାର୍କ ଦ୍ୱାରା ଆମ ସୋସାଇଟିକୁ ପ୍ରତିଦାନ କରୁଛନ୍ତି। ଆପଣ ମହାନ୍‌ ଧର୍ମାର୍ଥ କାମ କରୁଛନ୍ତି। ଲଣ୍ଡନ ଏବଂ ୟୁକେ ଆପଣଙ୍କ ପାଇଁ ଭାଗ୍ୟଶାଳୀ’। ତେବେ ଏହି ଅବସରରେ ଜନ୍‌ସନ ମଥାରେ ତଳକ ଏବଂ ବେକରେ ମାଳା ପିନ୍ଧିଥିବାର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.