ଆଖି ପିଛୁଳାକେ ବିଚ୍ ରାସ୍ତା ଉପରେ କୁଆଡୁ ଦୌଡିଆସିଲା ସିଂହ, ଥରେ ଦେଖନ୍ତୁ ଏହି ଭିଡିଓ ଥରି ଉଠିବ ଛାତି

ଆଖି ପିଛୁଳାକେ କୁଆଡୁ ଦୌଡିଆସିଲା ବରାଟ ସିଂହ । କୌଣସି ଚିଡିଆଖାନା କିମ୍ବା ଜଙ୍ଗଲ ଭିତରେ ନୁହେଁ ବରଂ ଲୋକ ଗହଳି ଥିବା ବିଚ୍ ରାସ୍ତା ଉପରେ । ସିଂହକୁ ଦେଖି ଜୀବନ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡିବାକୁ ଲାଗିଲେ । ସିଂହ ମଧ୍ଯ କୁଆଡେ ଯିବ କାହାକୁ ଆକ୍ରମଣ କରିବ କିଛି ନଭାବି କ୍ଷିପ୍ର ବେଗରେ ଦୌଡିବାକୁ ଲାଗୁଛି ।

lionଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଯେଉଁ ଭିଡିଓକୁ ଦେଖିଲେ କିଛି ସମୟ ପାଇଁ ଥରିଉଠିବ ଆପଣଙ୍କ ଛାତି। ହିଂସ୍ର ପଶୁ ସିଂହକୁ ଖୁଆଡ ଭିତରୁ ଦେଖିଲେ ବି ଭୟ ଲାଗିଥିଲେ। କିନ୍ତୁ ଏଠାରେ ଖୋଲା ରାସ୍ତା ଉପରେ ଖୁଲମଖୁଲା ଦୌଡିବାରେ ଲାଗିଛି ଗୋଟେ ସିଂହ । ଆଉ ସିଂହକୁ ଦେଖି ଜୁଆଡେ ପାଇଲେ ସିଆଡେ ଦୌଡିବାକୁ ଲାଗୁଛନ୍ତି ସେଠାରେ ଥିବା ଲୋକେ ।

ଏହାସହ ପଢନ୍ତୁ:

୧୦ ମାସର ଝିଅକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା, ରେକର୍ଡ କରିବା ସହ ଜିତିଲେ ସ୍ୱର୍ଣ୍ଣପଦକ

ତେବେ ଏହି ଭିଡିଓ କେଉଁଠିକାର ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ସେନେଇ କୌଣସି ସତ୍ଯାସତ୍ଯ ଜଣାପଡିନାହିଁ ।ଭିଡିଓଟିକୁ ବଲିଉଡ୍ ଫିଲ୍ମ ‘କମାଣ୍ଡୋ’ ସିରିଜ୍ ର ହିରୋ  ବିଦ୍ଯୁତ୍ ଜାମୱାଲା ସେୟାର କରିଛନ୍ତି । ଯେଉଁଥିରେ ବହୁତ ସାରା ପ୍ରତିକ୍ରୀୟା ଆସିବାରେ ଲାଗିଛି ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.