ଏବେ ପଶିଲା ବୁଦ୍ଧି, ଶାସ୍ତ୍ରୀ କହିଲେ ଅଷ୍ଟ୍ରେଲିଆ ଗସ୍ତରେ ୱାର୍ମଅପ୍ ମ୍ୟାଚ୍ ପାଇଁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ : ଇଂଲଣ୍ଡରେ ଶୋଚନୀୟ ଭାବେ ୧-୪ରେ ଟେଷ୍ଟ ସିରିଜ୍ ହାରିବା ପରେ ଏବେ ବୁଦ୍ଧି ପଶିଛି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କର । ତେଣୁ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ବେଳେ ସେଠାରେ କିଛି ଅଭ୍ୟାସ ମ୍ୟାଚ ରଖିବାକୁ ବିସିସିଆଇକୁ ଶାସ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆସନ୍ତା ନଭେମ୍ବର ମାସରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ ।

ଇଂଲଣ୍ଡ ସିରିଜ୍ ବେଳେ ଭାରତୀୟ ଦଳକୁ ଅଧିକ ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନଥିଲା । ଯାହାଫଳରେ ଏହାର ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କ ଆଗରେ ସହଜରେ ହାର ମାନିଗଲେ । ଏହି ଗସ୍ତରେ ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ୍ ଖେଳିଥିଲା ଭାରତୀୟ ଦଳ । ୪ ଦିନିଆ ମ୍ୟାଚଟି ମାତ୍ର ତିନି ଦିନ ଖେଳ ହୋଇ ପାରିଥିଲା । ଏଭଳି ବି ଚର୍ଚ୍ଚା ହୋଇଥିଲା ଯେ କୋଚ୍ ଓ ଅଧିନାୟକ ୱାର୍ମଅପ୍ ମ୍ୟାଚ୍ ଖେଳିବାକୁ ଚାହୁଁ ନାହାନ୍ତି । ତେବେ ଶାସ୍ତ୍ରୀ କହିଛନ୍ତି ସିରିଜରେ ଅଭ୍ୟାସ ମ୍ୟାଚ୍ ପାଇଁ ସମୟ ନଥିଲା ।

 

 

Leave A Reply

Your email address will not be published.