ଆଜି ବେଙ୍ଗାଳୁରୁରେ ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚ ସିରିଜ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ତଥା ଅନ୍ତିମ ଟି- ଟ୍ବେଣ୍ଟି। ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି। ବିଶାଖାପାଟଣାରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ହାରିଥିବାରୁ ଏହି ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚାହିଁବ ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ। ଆଜିର ମ୍ୟାଚରେ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ହୋଇପାରେ। ପୂର୍ବ ମ୍ୟାଚରେ ଶେଷ ଓଭରରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଉମେଶ ଯାଦବଙ୍କ ସ୍ଥାନରେ ସିଦ୍ଧାର୍ଥ କୋଲଙ୍କୁ ସୁଯୋଗ ମିଳିପାରେ।
ସେହିପରି ବ୍ୟାଟିଂକୁ ଅଧିକ ମଜଭୁତ କରିବା ପାଇଁ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ସମ୍ଭାବନା ବି ରହିଛି। ସେପଟେ ଅଷ୍ଟ୍ରେଲିଆ ବାହିନୀ ମ୍ୟାଚ୍ ସହ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ। ପୂର୍ବ ମ୍ୟାଚ ଜିତିଥିବାରୁ ମନୋବଳ ଦୃଢ଼ ରହିଛି। ତେବେ ବିଶାଖାପାଟଣାରେ ଅନ୍ତିମ ଓଭରରେ ବିଜୟୀ ହୋଇଥିବାରୁ ଅଷ୍ଟ୍ରେଲିଆର ବ୍ୟାଟିଂ ଟେନସନ୍ ବି ରହିଛି। ଭାରତକୁ ହରାଇବାକୁ ହେଲେ ବଡ଼ ସ୍କୋର କରିବାକୁ ହେବ। ନଚେତ୍ ଟିମ୍ ଇଣ୍ଡିଆକୁ କମ୍ ରନରେ ସୀମିତ କଲେ ମ୍ୟାଚ୍ ହାତକୁ ନେବ।