ହାନେଇରେ ଟ୍ରମ୍ପ ଓ କିମ୍ଙ୍କ ମଧ୍ୟରେ ଆଲୋଚନା ପ୍ୟୋଙ୍ଗୟାଙ୍ଗ ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ ନେଇ ସାକ୍ଷାତ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା। ଆଜି ହେବାକୁ ଥିବା ସାକ୍ଷାତ ପାଇଁ ଉଭୟ ନେତା ଭିଏତନାମରେ ହାନୋଇ ଠାରେ ପହଞ୍ଚିଛନ୍ତି। ପ୍ୟୋଙ୍ଗୟାଙ୍ଗ ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଦୁଇଦେଶ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବ। ଆଜି ଏକ ନୈଶ ଭୋଜିରେ ଯୋଗ ଦେବା ପରେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ ନେଇ ଆଲୋଚନା ହେବ ବୋଲି ଆମେରିକୀୟ ଅଧିକାରୀ କହିଛନ୍ତି। ଗତବର୍ଷ ଜୁନରେ ସିଙ୍ଗାପୁରରେ ଟ୍ରମ୍ପ ଓ କିମଙ୍କ ମଧ୍ୟରେ ସାକ୍ଷାତ ପରେ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବେ ଦୁଇରାଷ୍ଟ୍ର ମୁଖ୍ୟ। ଭିଏତନାମ ଶାନ୍ତି ବାର୍ତ୍ତାରେ ଭାଗ ନେବା ପାଇଁ ଦୁଇନେତା ହାନୋଇ ଯାଇଥିବା ବେଳେ ପରମାଣୁ କାର୍ୟ୍ୟକ୍ରମ ବନ୍ଦ ନେଇ ଆଲୋଚନା ହେବ ବୋଲି କୁହାଯାଇଛି।