ଭାରତୀୟ ସେନାଙ୍କୁ ଏକ କୋଟି ଟଙ୍କା ଦେବେ ଲତା ମଙ୍ଗେସକର

ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ସମସ୍ତେ ସମ୍ବେଦନା ବ୍ୟକ୍ତ କରୁଛନ୍ତି । ନେତାଠୁ ଆରମ୍ଭ କରି ରାଜନେତା, ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ଉଦ୍ୟୋଗପତି ଏବଂ ଖେଳାଳି ସମସ୍ତେ ନିଜ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି । ବଲିଉଡ୍ ସେଲିବ୍ରିଟି ମଧ୍ୟ ପଛରେ ନାହାଁନ୍ତି । ଅକ୍ଷୟ କୁମାର, ଅମିତାଭ୍ ବଚ୍ଚନ, କୈଲାଶ ଖୈର, ସଲମାନ୍ ଖାନ୍ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ବଡ଼ ବଡ଼ ଷ୍ଟାର ସହିଦ ଯବାନଙ୍କ ପରିବାରକୁ କୋଟି କୋଟି ଟଙ୍କା ସାହାଯ୍ୟ କରିଛନ୍ତି । ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ବଲିଉଡର ସୁର ସାମ୍ରାଜ୍ଞୀ ।
ଭାରତୀୟ ସେନାଙ୍କୁ ଏକ କୋଟି ଦେବାକୁ ଘୋଷଣା କରିଛନ୍ତି ଲତା ମଙ୍ଗେସକର୍ । ୨୪ ଏପ୍ରିଲରେ ବାପା ଦୀନାନାଥ ମଙ୍ଗେସକରଙ୍କ ପୁଣ୍ୟତିଥି ଅବସରରେ ଏହି ଟଙ୍କା ଦେବେ ବୋଲି କହିଛନ୍ତି ଲତା ମଙ୍ଗେସକର୍ ।
ଏହା ସହ ସେ କହିଛନ୍ତି , ମୋ ଜନ୍ମଦିନରେ ମୁଁ ଲୋକଙ୍କୁ ଅପିଲ୍ କରିଥିଲି ମତେ କୌଣସି ଉପହାର ଏବଂ ଫୁଲ ପଠାଇବା ପରିବର୍ତ୍ତେ ଏହାକୁ ଯବାନମାନଙ୍କୁ ଦେଇଦିଅ । ଆଉ ଲୋକମାନେ ମୋର ଅପିଲକୁ ସକାରାତ୍ମକ ଭାବରେ ନେଇଛନ୍ତି । ଆଜି ବି ସେହି ଅପିଲ୍ କରୁଛି ।
जम्मू-कश्मीर के पुलवामा में हुए आतंकी हमले की मैं कड़ी निंदा करती हूँ. इस हमले में जो हमारे वीर जवान शहीद हुए है उनको मैं श्रद्धांजली अर्पित करती हूँ. इन सभी वीरों के परिवारों के दुःख में मैं शामिल हूँ.
— Lata Mangeshkar (@mangeshkarlata) 15 February 2019