କୃଷକ ଉତ୍ପାଦନ ଗୋଷ୍ଠୀ : ନବକିଷାନ ଲିମିଟେଡ ସହିତ ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର (କେନ୍ୟୁଜ୍) : କୃଷକ ଉତ୍ପାଦନ ଗୋଷ୍ଠୀଙ୍କ ପାଇଁ ଋଣର ସୁବିଧା ପାଇଁ ନାବାର୍ଡର ଏକ ସାହାଯ୍ୟକାରୀ ସଂସ୍ଥା ନବକିଷାନ ଲିମିଟେଡ ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଓଡ଼ିଶା ରାଜ୍ୟ ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ, ନବ କିଷାନ ଲିମିଟେଡର ମୁଖ୍ୟ କାଯ୍ୟର୍ନିର୍ବାହୀ ଅଧିକାରୀଙ୍କ ସହ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ବୁଝାମଣା ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୦ କୋଟି ଟଙ୍କାର ଏକ ନିର୍ଦ୍ଦିଷ୍ଟ ନିଶ୍ଚିତ ଋଣ ପାଣ୍ଠି ଗଠନ କରାଯିବ । ଯାହାକି ନବକିଷାନ ଲିମିଟେଡ ଦ୍ୱାରା ପରିଚାଳିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.