୫ହଜାର ଟଙ୍କା ପାଇଁ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

ନୂଆପଡ଼ା (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ନୂଆପଡ଼ା ଜିଲ୍ଲା ସଦର ଥାନା ଡିଏସ୍ପି ରବିନ୍ଦ୍ର କୁମାର ସେଠି। ଜାତିଆଣ ମାମଲାରେ ସରକାରୀ ସହୟତା କରାଇ ଦେବାପାଇଁ ରବିନ୍ଦ୍ର ନରସିଂହପୁରର ଜଗଦୀଶ ଛୁରା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବାବେଳେ ଭାବନୀପାଟମା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ତାଙ୍କୁ ଗିରଫ କରାଯାଇତିଲା। ତାଙ୍କ ନୂଆପଡ଼ାସ୍ଥିତ ସରକାରୀ ବାସଭବନ ଓ କାର‌୍ୟ୍ୟାଳୟରେ ମଦୟ ଚଢାଉ କରାଯାଇଥିଲା। ଏହାଛଡା ପୈତୃକ ଗାଁ କୁଜଙ୍ଗ ବାସଭବନରେ ମଧ୍ୟ ଚଢାଉ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.