Below header

ଭାରତ-ଶ୍ରୀଲଙ୍କା ଅନ୍ତିମ ଦିନିକିଆ: ଅନ୍ତର୍ଜାତୀୟ ଦିନିକିଆରେ ୮୯ ବଲ୍‌ରେ ଶୁବମନଙ୍କ ଦ୍ୱିତୀୟ ଦମଦାର ଶତକ

କେନ୍ୟୁଜ୍(ବ୍ୟୁରୋ): ଶୁବମନ ଗିଲଙ୍କ ବିସ୍ଫୋରକ ଶତକ । ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆରେ ୮୯ ବଲରେ ଦମଦାର ଶତକ କରିଛନ୍ତି ଶୁବମନ । ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଏହା ଶୁବମନଙ୍କ ଦ୍ୱିତୀୟ ଶତକ । ଏହାରି ଭିତରେ ରହିଛି ୧୪ଟି ଚଉକା ଓ ଗୋଟିଏ ଛକା ରହିଛି । କେରଳର ତିରୁବନନ୍ତପୁରମରେ ଚାଲିଥିବା ଭାରତ ଶ୍ରୀଲଙ୍କା ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ରୋହିତ ଶର୍ମା ୪୨ ରନ କରି ଆଉଟ ହୋଇଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ବିରାଟ କୋହଲି । ବିରାଟ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ମ୍ୟାଚ ପାଇଁ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଓ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଭାରତ ୨-୦ରେ ଜିତି ସିରିଜରେ ଆଗୁଆ ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.