ବିଗ୍‌ ବସ୍‌ର ଝଟକା! ଅବ୍ଦୁ ରୋଜିକ୍‌ଙ୍କ ପରେ ଘରୁ ବିଦାୟ ନେଲେ ଏହି ପ୍ରତିଯୋଗୀ; କାନ୍ଦି କାନ୍ଦି ମାଗିଲେ କ୍ଷମା

ଅବ୍ଦୁ ରୋଜିକ୍ ବିଗ୍ ବସ୍ ୧୬ରୁ ବିଦାୟ ନେବା ପରେ ଏବେ ଶୋ’ର ନିର୍ମାତା ଆଉ ଏକ ଝଟ୍‌କା ଦେଇଛନ୍ତି। ବିଗ୍‌ ବସ୍‌ ଘରୁ ଏବେ ସାଜିଦ ଖାନ ବିଦାୟ ଦେବାକୁ ଯାଉଛନ୍ତି। ଫିନାଲେ ପୂର୍ବରୁ ସାଜିଦ୍ ଖାନ ଶୋ’କୁ ଅଲ୍‌ବିଦା କହିବେ। ଅପ୍‌କମିଂ ଏପିସୋଡରେ ବିଗ୍ ବସ୍ ନିଜେ ସାଜିଦ୍ ଖାନଙ୍କୁ ଏକ ସ୍ପେଶାଲ ଫେୟାରେଓ୍ଵଲ ଦେଉଥିବାର ନଜର ଆସିବେ।

ବିଗ୍ ବସ୍ ୧୬ ଘରେ ୧୦୦ରୁ ବି ଅଧିକ ଦିନ ବିତାଇବା ପରେ ସାଜିଦ୍‌ ଖାନ ଶୋ’ରୁ ବିଦାୟ ନେବେ। ନିକଟରେ ସୋସିଆଲ ମିଡିଆରେ ବିଗ୍ ବସ୍‌ର ନୂଆ ପ୍ରୋମୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସାଜିଦ ଖାନ ଘରୁ ବିଦାୟ ନେଉଥିବାର ଦେଖା ଯାଉଛନ୍ତି। ସାଜିଦ ଖାନଙ୍କୁ ବିଗ୍ ବସ୍ ସ୍ୱତନ୍ତ୍ର ବିଦାୟ ଦେଉଛନ୍ତି। ସାଜିଦଙ୍କ ପାଇଁ ବିଗ୍ ବସ୍ କହୁଛନ୍ତି, ‘ଶୋ’ର ସେ ଏକମାତ୍ର ପ୍ରତିଯୋଗୀ ରହିଛନ୍ତି, ଯାହାଙ୍କୁ ବିଗ୍‌ ବସ୍‌ ଘରର ସମସ୍ତ ସଦସ୍ୟ ସମ୍ମାନ କରନ୍ତି’।

ହାତ ଯୋଡ଼ି କ୍ଷମା ମାଗିଲେ ସାଜିଦ୍‌ ଖାନ!

ବିଗ୍ ବସ୍‌ର ନୂଆ ପ୍ରୋମୋରେ ଦେଖାଯାଇ ପାରିବ କି, ସାଜିଦ୍ ଖାନ୍ ହାତ ଯୋଡ଼ି କାନ୍ଦି କାନ୍ଦି ସମସ୍ତ ପ୍ରତିଯୋଗୀଙ୍କୁ କ୍ଷମା ମାଗୁଛନ୍ତି। ସେ କହୁଛନ୍ତି, ‘ଏହି ଘରେ ମୋର ଯେଉଁମାନଙ୍କ ସହିତ ଝଗଡ଼ା ହୋଇଛି, ସେମାନଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି। କିନ୍ତୁ ଆପଣମାନଙ୍କର ବହୁତ ସମର୍ଥନ ଥିଲା। ଧନ୍ୟବାଦ’। ସାଜିଦ ଖାନଙ୍କ ବିଦାୟ ଉପରେ ସୁମ୍ବୁଲ ତୌକିର ଖାନ ଜୋର୍‌ରେ କାନ୍ଦୁଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.