Below header

ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ସିଦ୍ଧୁ

ଚଣ୍ଡିଗଡ଼ : ଇମ୍ରାନଙ୍କ ଆମନ୍ତ୍ରଣକୁ ଗ୍ରହଣ କଲେ ସିଦ୍ଧୁ । ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ପଞ୍ଜାବର ମନ୍ତ୍ରୀ ଥିବା ନଭଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ଯିବେ । ଆସନ୍ତା ୧୧ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସିଦ୍ଧୁଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିରେ ଯାଗ ଦେବା ତାଙ୍କ ପାଇଁ ସମ୍ମାନର କଥା ହେବ ବୋଲି ସିଦ୍ଧୁ କହିଛନ୍ତି । ସାୟରି କରିବାରେ ଧୁରନ୍ଧର ସିଦ୍ଧୁ କହିଛନ୍ତି ଖେଳାଳି ସବୁ ବେଳେ ପୋଲ ତିଆରି କରେ, ଲୋକଙ୍କୁ ଯୋଡ଼େ । ଇମ୍ରାନ୍ ସେହିଭଳି ଜଣେ ଖେଳାଳି ଏବଂ ତାଙ୍କ ଉପରେ ଭରସା କରିହେବ । କାରଣ ସେ ଜଣେ ଚରିତ୍ରବାନ ବ୍ୟକ୍ତି।

ସିଦ୍ଧୁଙ୍କ ସମେତ ଏହି ଉତ୍ସବରେ ଯୋଗ ଦେବାକୁ ପୂର୍ବତନ କ୍ରିକେଟ୍ କ୍ୟାପଟେନ୍ ସୁନୀଲ ଗାଭାସ୍କର, କପିଳ ଦେବ ଏବଂ ବଲିଉଡ ସୁପରଷ୍ଟାର ଅମୀର ଖାନ୍ଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ଇମ୍ରାନଙ୍କ ଦଳ ପିଟିଆଇ ତରଫରୁ ଗତକାଲି ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ପାକିସ୍ତାନ ନିର୍ବାଚନରେ ଇମ୍ରାନଙ୍କ ପିଟିଆଇ ୧୧୫ ଆସନ ଜିତି ବଡ଼ ଦଳ ଭାବରେ ଉଭା ହୋଇଛି । ସରକାର ଗଠନ ପାଇଁ ପିଟିଆଇ ମେଣ୍ଟ କରିବାକୁ ଉଦ୍ୟମ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.