Below header

ଆଗାମୀ ଓଡିଆଇକୁ ନେଇ ସୌରଭ କହିଲେ, ଗୋଲାପୀ ବଲରେ ଖେଳ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଶ୍ଚିନ୍ତ କରିଛନ୍ତି ଯେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଙ୍ଗାଲୁରୁରେ ହିଁ ଖେଳାଯିବ । ଫେବୃଆରୀ ୨୦ରେ କୋଲକତାରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଶେଷ ହେବା ପରେ ଭାରତ ଆସିବ ଶ୍ରୀଲଙ୍କା ଦଳ । ଏଠାରେ ତିନିଟିଟି ଟି-୨୦ ମ୍ୟାଚ୍‌ ଫେବୃଆରୀ ଶେଷ ଏବଂ ମାର୍ଚ୍ଚ ପ୍ରାରମ୍ଭରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ତେବେ ବେଙ୍ଗାଲୁରୁରେ ଗୋଲାପୀ ବଲ ଟେଷ୍ଟ ହେବାକୁ ଯାଉଛି । ଶ୍ରୀଲଙ୍କା ସିରିଜ ପାଇଁ ସବୁ ଯାକ ଭେନ୍ୟୁ ସ୍ଥିର କରାଯାଇ ନାହିଁ । କିନ୍ତୁ ଖୁବ ଶୀଘ୍ର ଏହା ଘୋଷଣା କରାଯିବ ବୋଲି ଗାଙ୍ଗୁଲି କହିଛନ୍ତି । ନଭେମ୍ବର ୨୦୧୯ରେ କୋଲକତାରେ ବାଂଲାଦେଶ ବିପକ୍ଷରେ ଓ ଫେବୃଆରୀ ୨୦୨୧ରେ ଅହମ୍ମଦାବାଦରେ ଇଂଲଣ୍ଡ ସହ ମୁହାଁମୁହିଁ ହେବା ପରେ ଭାରତ ଗୋଲାପୀ ରଙ୍ଗର ଟେଷ୍ଟ ଆୟୋଜନ କରିବ । ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତ ପାଇଁ ଜଣେ ନୂଆ ଅଧିନାୟକ ପଡ଼ିଆକୁ ଓହ୍ଲାଇବେ ।

ଗାଙ୍ଗୁଲି ଆହୁରି କହିଛନ୍ତି କି ଯଦି କୋଭିଡ-୧୯ ପରିସ୍ଥିତି ପୁଣି ସୃଷ୍ଟି ନହୁଏ ତେବେ ଆଇପିଏଲ ୨୦୨୨ ଭାରତରେ ହିଁ ଅନୁଷ୍ଠିତ ହେବ । ଲିଗ୍‌ ମ୍ୟାଚ୍‌ ସବୁ ମହାରାଷ୍ଟ୍ର, ମୁମ୍ବାଇ ଓ ପୁନେ ଭଳି ପିଚରେ ଖେଳାଯିବ। ପରେ ନକଆଉଟ ମ୍ୟାଚ ପାଇଁ ସ୍ଥାନ ସ୍ଥିର ହେବ । ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ ମହିଳା ଟି-୨୦ ଚ୍ୟାଲେଞ୍ଜ ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ହେବ । ମହିଳାଙ୍କ ଟି-୨୦ ଚ୍ୟାଲେଞ୍ଜ ଚଳିତ ବର୍ଷ ମେ’ରେ ପୁଣି ଫେରିବ । ଆଶା ଯେ ଭବିଷ୍ୟତରେ ମହିଳା ଖେଳାଳିଙ୍କ ସଂଖ୍ୟା ବଢିବ ଆଉ ପରବର୍ତ୍ତୀ ସମୟରେ ଆମେ ଏକ ବୃହତ ମହିଳା ଆଇପିଏଲ ଆୟୋଜନ କରିବାକୁ ସମର୍ଥ ହେବୁ ବୋଲି ଗାଙ୍ଗୁଲି କହିଛନ୍ତି । କିନ୍ତୁ ଚଳିତବର୍ଷ ଆଇପିଏଲ ପ୍ଲେ ଅଫ ସମୟରେ ମହିଳା ଟି-୨୦ ଚ୍ୟାଲେଞ୍ଜ ହେବ ।

ସେହିପରି ଦଳ ପାଇଁ ଦୀର୍ଘକାଳୀନ ଭିତ୍ତିରେ ଅଧିନାୟକ ବାଛିବା ଉପରେ ଚୟନ କମିଟି ନିଷ୍ଟତ୍ତି ନେବାକୁ ଗାଙ୍ଗୁଲି କହିଛନ୍ତି । ଏ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡିଦେବା ଭଲ ହେବ ବୋଲି ସେ ମତ ଦେଇଛନ୍ତି ।ଫେବୃଆରୀ ୬ରେ ୱେଷ୍ଟଇଣ୍ଡିଜ ସହ ପ୍ରଥମ ଦିନିକିଆ ମ୍ୟାଚରେ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ଏପଟେ ଶିଖର ଧୱନ, ଋତୁରାଜ ଗାଇକୱାର୍ଡ଼, ଶ୍ରେୟସ ଆୟର, ନବଦୀପ ସଇନି, ଫିଲ୍ଡିଂ କୋଚ ଟି. ଦିଲ୍ଲୀପ, ସୁରକ୍ଷା ଯୋଗାଯୋଗ ଅଧିକାରୀ ବି. ଲୋକେଶ ଓ ସ୍ପୋର୍ଟସ ମସାଜ ଥେରାପିଷ୍ଟ ରାଜୀବ କୁମାର କୋଭିଡ୍‌ ପଜିଟିଭ ଅଛନ୍ତି । ଅହମ୍ମଦାବାଦରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ତେବେ ବିନା ଦର୍ଶକରେ ମଜା ଆସିବନି ବୋଲି ଗାଙ୍ଗୁଲି କହିଛନ୍ତି । ଆଉ ଏଇ ମ୍ୟାଚ୍‌ ହେବ ଭାରତର ୧ ହଜାରତମ ଦିନିକିଆ ମ୍ୟାଚ୍‌ ।

ସୌରଭ ନିଜର ଅତୀତକୁ ମନେ ପକାଇ କହିଛନ୍ତି କି ୫୦୦ ତମ ଦିନିକିଆରେ ମୁଁ ଭାରତର ଅଧିନାୟକ ଥିଲି । ୨୦୦୨ ମସିହା ଜୁଲାଇ ୪ ତାରିଖରେ ଚେଷ୍ଟର ଲି ଠାରେ ଇଂଲଣ୍ଡରେ ଲଣ୍ଡନ ବିପକ୍ଷରେ ରହିଥିଲା ମ୍ୟାଚ୍‌ । ଭାରତୀୟ କ୍ରିକେଟ ପାଇଁ ଏହା ଥିଲା ଏକ ବଡ ମୁହୂର୍ତ୍ତ । ଏବେ ୧ ହଜାରତମ ମ୍ୟାଚ୍‌ ପାଇଁ ଅନେକ ଯୋଜନା କରିବାକୁ ଇଚ୍ଛାଥିଲେ ମଧ୍ୟ କୋଭିଡ ପ୍ରତିବନ୍ଧକ ହେତୁ ଆମେ କିଛି କରିପାରିବୁ ନାହିଁ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.