Below header

ଏଥର ନିଶ୍ଚିତ ଭାବେ ଆୟୋଜିତ ହେବ ମହିଳା ଆଇପିଏଲ୍‌, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଲେ ପ୍ରତିଶ୍ରୁତି

ମୁମ୍ବାଇ : ପୁରୁଷଙ୍କ ଭଳି ଖୁବ୍ ଶୀଘ୍ର ଆୟୋଜିତ ହେବ ମହିଳାଙ୍କ ଆଇପିଏଲ୍ । ଏ ସମ୍ପର୍କରେ ଆଜି ସକାଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ପୁରୁଷ ଆଇପିଏଲ୍ କରୋନା ଯୋଗୁଁ ସ୍ଥଗିତ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର‌୍ୟ୍ୟନ୍ତ ସାଉଦି ଆରବରେ ଖେଳାଯିବ । ପୁରୁଷ ଆଇପିଏଲ୍ ର ଶେଷ ଭାଗରେ ମହିଳା ଆଇପିଏଲ୍‌ର ଆୟୋଜନ କରାଯିବ ଏବଂ ଏଥିରେ ଭାରତୀୟ ମହିଳା ଦଳ ବି ଭାଗ ନେବ ବୋଲି ଗାଙ୍ଗୁଲି କହିଛନ୍ତି ।

ଗାଙ୍ଗୁଲି କହିଛନ୍ତି, ମହିଳା ଆଇପିଏଲ୍ ନିଶ୍ଚିତ ଭାବେ ଖେଳା ଯିବ ଏକଥା ମୁଁ ଜୋର୍ ଦେଇ କହୁଛି । ତେବେ ମହିଳା ଆଇପିଏଲ୍ ନେଇ ଚୂଡ଼ାନ୍ତ ଖବର ଖୁବ୍ ଶୀଘ୍ର ମିଳିଯିବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.