ସୌରଭ ଗାଙ୍ଗୁଲିଙ୍କୁ ‘ଜେଡ୍‌’ ସୁରକ୍ଷା, ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି

ପୂର୍ବତନ କ୍ରିକେଟ୍‌ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ‘ଜେଡ୍‌’ ସୁରକ୍ଷା । ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦିଆଯାଉଥିବା ‘ଓ୍ଵାଇ’ ସିକ୍ୟୁରିଟିର ଅବଧି ଶେଷ ହୋଇଯିବା ପରେ ତାଙ୍କର ସୁରକ୍ଷା ସ୍ତରକୁ ‘ଜେଡ୍‌’ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟ୍‌ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ‘ଜେଡ୍‌’ ସୁରକ୍ଷା । ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦିଆଯାଉଥିବା ‘ଓ୍ଵାଇ’ ସିକ୍ୟୁରିଟିର ଅବଧି ଶେଷ ହୋଇଯିବା ପରେ ତାଙ୍କର ସୁରକ୍ଷା ସ୍ତରକୁ ‘ଜେଡ୍‌’ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ‘ଜେଡ୍‌’ ସୁରକ୍ଷାରେ ବିସିସିଆଇର ପୂର୍ବତନ ସଭାପତି ଗାଙ୍ଗୁଲିଙ୍କ ନିକଟରେ ୮ରୁ ୧୦ ଜଣ ପୋଲିସ୍‌ କର୍ମଚାରୀ ରହିବେ । ତାଙ୍କର କୋଲକାତା ସ୍ଥିତ ବେହାଲା ସ୍ଥିତ ବାସଭବନ ସମେତ ଗାଙ୍ଗୁଲି ଯେଉଁଆଡ଼େ ଯିବେ ତାଙ୍କ ସହିତ ମଧ୍ୟ ପୋଲିସ୍‌ ରହିବେ ।

ଏବେ ଗାଙ୍ଗୁଲି ଆଇପିଏଲ ଟିମ୍ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ରହିଛନ୍ତି । ଆସନ୍ତା ସପ୍ତାହରେ ସେ କୋଲକାତାକୁ ଫେରିବେ । କୋଲକାତା ଫେରିବା କ୍ଷଣି ତାଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯିବ। ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ, ରାଜ୍ୟପାଳ ସିବି ଆନନ୍ଦ ବୋଷ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଜେଡ୍ ପ୍ଲସ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଉଛି । ସେହିଭଳି ରାଜ୍ୟର କିଛି ମନ୍ତ୍ରୀଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଦିଆଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.