Below header

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ୨୦୦୭ ଟି-୨୦ ବିଶ୍ୱକପ ଉପରେ ନିର୍ମାଣ ହେଉଛି େଓ୍ଵବ୍‌ ସିରିଜ

କେନ୍ୟୁଜ୍‌: ଆଜିକାଲି ଜମାନାରେ ସମସ୍ତେ ନିଛକ ଏବଂ ସତ୍ୟ କାହାଣୀକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଅନେକ ଫିଲ୍ମ ବାୟୋଗ୍ରାଫିକୁ ନେଇ ମଧ୍ୟ ନିର୍ମାଣ ହେଉଛି । କ୍ରିକେଟର ମହେନ୍ଦ୍ର ସିଂ ଧୋନି, ସଚିନ ତେନ୍ଦୁଲକର, ଆଝାରୁଦ୍ଦିନ ଏବଂ କପିଲ ଦେବଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଛି ।ବର୍ତ୍ତମାନ ୨୦୦୭ ମସିହାର ଟି-୨୦ ବିଶ୍ୱକପର କାହାଣୀକୁ ନେଇ ଏବେ ଏକ େଓ୍ଵବ୍‌ ସିରିଜ୍‌ ହେବା ପାଇଁ ଯାଉଛି ।

ଏହି ବିଶ୍ୱକପ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଜିତିଥିଲା । ଏହି ବିଶ୍ୱକପ ସମୟରେ ଘଟିଥିବା ଘଟଣାବଳୀକୁ ନେଇ ତିଆରି ହେଉଛି ଏହି େଓ୍ଵବ୍‌ ସିରିଜ୍‌ । ଲୋକମାନେ ପୁଣି ୨୦୦୭ର ସେହି ଅଭୁଲା ସ୍ମୃତିକୁ ମନେ ପକେଇବେ । ପୁଣି ଫେରିଯିବେ ସେହି ଦିନକୁ, କେମିତି ଘଟିଥିଲା ଏବଂ ବିଶ୍ୱକପ ଜିତିବା ପାଇଁ କେତେ ପରିଶ୍ରମ କରିଥିଲା ଧୋନି ବାହିନୀ । ଏହା ଥିଲା ପ୍ରଥମ ଟି-୨୦ ବିଶ୍ୱକପ ଯାହାକୁ ଧୋନୀଙ୍କ ନେତୃତ୍ୱରେ ଭାରତ ଜିତିଥିଲା ।

ଏବେ ପର୍ଯ୍ୟନ୍ତ ଏହି େଓ୍ଵବ୍‌ ସିରିଜର ଟାଇଟଲ ଫାଇନାଲ ହୋଇ ନାହିଁ । ଏହି େଓ୍ଵବ୍‌ ସିରିଜରେ ବିଶ୍ୱକପରେ ଖେଳୁଥିବା ୧୫ ଜଣ ଖେଳାଳି ଶାମିଲ ହେବେ । ଏହି ଫିଲ୍ମରେ ରିଅଲ ଫୁଟେଜ୍‌ର ମଧ୍ୟ ବ୍ୟବହାର ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଏକ ତୃତୀୟାଂଶ ସୁଟିଙ୍ଗ୍‌ ହୋଇସାରିଲାଣି ଏବଂ ଏହାର ଅଫିସିଆଲ ଘୋଷଣା ଚଧ୍ୟ ହୋଇଯଇଛି । ଏହି ଫିଲ୍ମ ଦର୍ଶକମାନଙ୍କ ପାଇଁ ଓଟିଟି ପ୍ଲାଟ ଫର୍ମରେ ଉପଲବ୍ଧ ହେବ ।

ଏହି େଓ୍ଵବ୍‌ ସିରିଜର ପ୍ରଡକ୍ସନ ଦାୟିତ୍ୱ ନେଇଛି, UK ବେସ୍‌ଡ କମ୍ପାନି One One Six Network । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଆନନ୍ଦ କୁମାର । ଆନନ୍ଦ ଜଣେ ପ୍ରତିଷ୍ଠିତ ନେର୍ଦ୍ଦେଶକ । ସେ ‘Delhi Heights’ ଏବଂ ‘Zila Ghaziabad ’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କାହାଣୀ ଲେଖିଛନ୍ତି ସୌରଭ ଏମ୍‌ ପାଣ୍ଡେ । ଯିଏ କାଶ୍ମୀର ‘ଫାଇଲ’୍ସ,‘ଟାସ୍‌କେଣ୍ଟ ଫାଇଲ’୍ସ ଏବଂ ‘ବାଣୀ’ ପରି ପିଲ୍ମର କାହାଣୀ ଲେଖିଛନ୍ତି । କୁହାଯାଉଛି କି ଅନେକ ବଡ଼ ବଡ଼ ଷ୍ଟାର ଏହି େଓ୍ଵବ୍‌ ସିରିଜରେ ଅଭିନୟ କରିବେ ଏବଂ ଫିଲ୍ମ ୨୦୨୩ରେ ରିଲିଜ୍‌ ହେବା ନେଇ ସରଣ ଆଦର୍ଶ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.