ଆଠଗଡ଼ ଜଙ୍ଗଲ ଛାଡ଼ି ଗହୀର ଭିତରେ ହାତୀ ପଲ, ଆତଙ୍କିତ ଅଞ୍ଚଳବାସୀ

ଆଠଗଡ଼(କେନ୍ୟୁଜ୍‌): ଆଠଗଡ଼, ଜଙ୍ଗଲ ଛାଡି ଏବେ ଜନବସତି ମୂହାଁ ହୋଇଥିବା ୧୮ ଟିକିଆ ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ ନାକେଦମ୍ ହେଉଛି। ୫୫ ନମ୍ବର ଜାତୀୟ ରାଜପଥର କୁସ୍ପଙ୍ଗି ଡିହସାହି ରାସ୍ତାର ଗହୀର ଭିତରେ ୧୮ ଟିକିଆ ହାତୀପଲ ଫସି ରହିଛନ୍ତି, ଯାହା ମଧ୍ୟରେ ଚାରୋଟି ଛୁଆ ହାତୀ ଥିବା ଜଣା ପଡିଛି l ହାତୀପଲ ଜାତୀୟ ରାଜପଥ କଡ଼ରେ ଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ACF କଟକ ବନଖଣ୍ଡ ଅଧିକାରୀ ଉପସ୍ଥିତ ରହିବା ସହ ଶହେ ବନ ବିଭାଗ କର୍ମଚାରୀ ନିୟୋଜିତ ରହିଛନ୍ତି । ଅନ୍ୟପଟେ ଦୁଇଟି ରେଞ୍ଜ ର ବନ କର୍ମଚାରୀ ମାନଙ୍କ ମଧ୍ୟରେ ବୁଝାବଣା ନଥିବାରୁ ଆଜି ହାତୀପଲ ଜନବସତି ମୁହାଁ ହୋଇଛନ୍ତି ।

ରାସ୍ତା ପାର ହେଉଥିବା ବେଳେ ସକାଳ ହୋଇଯିବାରୁ ହାତୀ ମାନେ ଗହିର ଭିତରେ ଫସି ରହିଛନ୍ତି । ହାତୀ ପଲଙ୍କୁ କେମିତି ଗଉଡ଼ାଇବେ ଏହା ବଡ଼ ଚିନ୍ତାର ବିଷୟ ହୋଇଛି । ଭୟ ଓ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି ଯାତ୍ରୀ । ଯେକୌଣସି ପରିସ୍ଥିତିରେ ରାଜପଥ ଉପରକୁ ଆସି ପାରନ୍ତି ଏହି ହାତୀପଲ । ତେବେ ରାଜପଥ ଉପରେ ଦୁଇଟି ରେଞ୍ଜର ବନ କର୍ମଚାରୀ ହାତୀକୁ ଜଙ୍ଗଲ ମୂହାଁ କରି ଘଉଡାଇବାକୁ ଉଦ୍ୟମ କରୁଛନ୍ତି , ବନ କର୍ମଚାରୀ , ବାଣ , ସାଇରନ ମାରି ତଡ଼ିବାକୁ ଉଦ୍ୟମ କରୁଛନ୍ତି। ରାଜପଥରେ ରୁଣ୍ଡହୋଇ ଲୋକେ ମଧ୍ଯ ହାତୀପଲକୁ ଘଉଡାଉଛନ୍ତି ।

ଦୁଇ ରେଞ୍ଜର ମଝିରେ ହାତୀପଲ ରହିଥିବାରୁ ଗୋଟିଏ ପଟେ ଡାଳିଯୋଡା ରେଞ୍ଜର କର୍ମଚାରୀ ଅନ୍ୟପଟେ ଖୁଣ୍ଟୁଣୀ ବନାଞ୍ଚଳର କର୍ମଚାରୀ ନିଜ ଏରିଆରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି । ସୂଚନା ମୁତାବକ ଆଜୀ ଦିନ ତମାମ ହାତୀପଲ ଏହି ସ୍ଥାନରେ ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି, ସନ୍ଧ୍ୟା ପରେ ହାତୀ ମାନଙ୍କ ଯାତାୟତ ସ୍ଵାଭାବିକ ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.