Below header

ରାଜ୍ୟ କ୍ୟାବିନେଟ୍‌ରେ ୧୭ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ଓଡ଼ିଶା ବନ୍ଦର ନୀତିକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ କ୍ୟାବିନେଟ୍‌ ବୈଠକରେରେ ଶୁକ୍ରବାର ୧୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବନ୍ଦର ନୀତିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ଅଣ ପ୍ରମୁଖ ବନ୍ଦର ଓ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ସମନ୍ଵିତ ବିକାଶକୁ ସୁଗମ କରିବା ସହିତ ଘରୋଇ ନିବେଶକୁ ସୁଗମ କରିବା ଏହାର ଉଦ୍ଦେଶ୍ୟ । ଏଥିସହ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ OUTRର ରୂପାନ୍ତର ପାଇଁ ଖର୍ଚ୍ଚ ହେବ ୧୫ଶହ କୋଟି ଟଙ୍କା । ୫ ବର୍ଷରେ ସିଟ୍‌ ସଂଖ୍ୟା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି କରାଯିବ। ନିଯୁକ୍ତି ଭିତ୍ତିକ ଶିକ୍ଷାଦାନ ଉପରେ ଦିଆଯିବ ଗୁରୁତ୍ୱ । ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରଛି ରାଜ୍ୟ କ୍ୟାବିଟେନ୍‌ ।

ଶିଶୁଙ୍କ ପାଇଁ ଥିବା ନୀତି ପ୍ରାରମ୍ଭକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଏହା ପିଲାମାନଙ୍କର ବଞ୍ଚିବାର ଅଧିକାର, ସୁରକ୍ଷା, ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ସମେତ ଶିିକ୍ଷା ଅଧିକାର ଉପରେ ଧ୍ୟାନ କେନ୍ଦ୍ରୀତ କରିବ ।

ସମ୍ପୂର୍ଣ୍ଣ ହେବ ରେଙ୍ଗାଲିର ବାମପାଖ କେନାଲ । ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୧୯ ହଜାର ୮୩୫ ଏକର ଜମି ଜଳ ସେଚିତ ହେବ । ୩୬ ମାସ ମଧ୍ୟରେ ପ୍ରକଳ୍ପ କାମ ସରିବ । ଖର୍ଚ୍ଚ ହେବ ୨୯୭.୧୩ କୋଟି ଟଙ୍କା । ଏ ସମ୍ପର୍କିତ ପ୍ରସ୍ତାବରେ ବାଜିଛି କ୍ୟାବିନେଟ୍‌ ମୋହର ।

କଟକରେ ହେବ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ। ହାଡୁଆ ନଦୀ ଉପରେ ଉଚ୍ଚ କଂକ୍ରିଟ ବନ୍ଧ ସହ ଜଳଭଣ୍ଡାର ନିର୍ମାଣ ହେବ। ପ୍ରକଳ୍ପରେ ଖର୍ଚ୍ଚ ହେବ ୨୨୫. ୭୮ କୋଟି ଟଙ୍କା । ଏହାଦ୍ୱାରା ନରସିଂହପୁର, ବଡମ୍ବା, ଡିଗିରିଆ ବ୍ଲକର ଚାଷ ଜମି ଜଳସେଚିତ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.