ଦେଶଦ୍ରୋହ! ବୈଦେଶିକ ମନ୍ତ୍ରାଳୟର ଡ୍ରାଇଭର ଗିରଫ; ପାକିସ୍ତାନକୁ ପଠାଉଥିଲେ ଗୁପ୍ତ ସୂଚନା

ଦିଲ୍ଲୀ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ବୈଦେଶିକ ମନ୍ତ୍ରାଳୟର ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି। ତାଙ୍କ ଉପରେ ଗୁପ୍ତଚରର ଅଭିଯୋଗ ଲାଗିଛି। ପୋଲିସର କହିବା ହେଲା, ଡ୍ରାଇଭରଙ୍କୁ ଜବାହରଲାଲ ନେହେରୁ ଭବନରୁ ଗିରଫ କରାଯାଛି। ସେ ପଇସା ବଦଳରେ ପାକିସ୍ତାନକୁ ଗୁପ୍ତ ସୂଚନା ଏବଂ ଦସ୍ତାବିଜ୍‌ ଉପଲବ୍ଧ କରାଉଥିଲେ। କୁହାଯାଉଛି କି, ସେ ଯେଉଁ ବ୍ୟକ୍ତିଙ୍କୁ ସୂଚନା ଦେଉଥିଲେ, ସେ ପୁନମ୍‌ ଶର୍ମା ନାଁରେ ଜଣାଯାଉଥିଲେ। ଏହି ମାମଲା ହନିଟ୍ରାପ୍‌ର ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ଗୁଇନ୍ଦା ଇନ୍‌ପୁଟ ଆଧାରରେ ଦିଲ୍ଲୀ ପୋଲିସ ବୈଦେଶିକ ମନ୍ତ୍ରାଳୟର ଡ୍ରାଇଭରଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରିଛି। ସୂଚନା ଅନୁସାରେ, ଧରାପଡ଼ିଥିବା ଡ୍ରାଇଭର ପାକିସ୍ତାନର ଜଣେ ମହିଳା ଗୁପ୍ତଚରଙ୍କୁ ବୈଦେଶିକ ମନ୍ତ୍ରାଳୟ ସହ ଜଡ଼ିତ ତଥ୍ୟଗୁଡ଼ିକୁ ପଠାଉଥିଲେ।

ଡ୍ରାଇଭର ଜଣକ ପୁନମ୍‌ ଶର୍ମା ନାମ୍ନୀ ଯେଉଁ ମହିଳାଙ୍କ ସହ ସମ୍ପର୍କରେ ଥିଲେ, ସେ କହୁଥିଲେ ଯେ ସେ କୋଲକାତାରେ ରୁହନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ସେହି ମହିଳା ଜଣକ ପାକିସ୍ତାନର ISIର ଏଜେଣ୍ଟ। ତେବେ ଏହି ମାମଲାରେ ବୈଦେଶିକ ମନ୍ତ୍ରାଳୟ ତରଫରୁ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। କହି ରଖୁଛୁ ଯେ ଏହା ପୂର୍ବରୁ ଦିଲ୍ଲୀ ଏବଂ ପରେ ହିମାଚଳ ପ୍ରଦେଶର ମଣ୍ଡିରୁ ଚୀନ ମୂଳର ଦୁଇ ସନ୍ଦିଗ୍ଧ ମହିଳାଙ୍କୁ ଗିରଫ କରାଯାଇଥିଲା। ସେହି ସମୟରେ ଅଧିକାରୀମାନେ କହିଥିଲେ କି, ଚୀନ ହନିଟ୍ରାପ୍‌ ଜରିଆରେ ଭାରତ ବିରୋଧରେ କୌଣସି ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବା ଏହା ସ୍ପଷ୍ଟ ରୂପେ ଇଙ୍ଗିତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.