ଆଇଆଇଟି କାନପୁରର ସଫଳତା : ତିଆରି କଲେ ଏମିତି ଫିଲ୍ଟର, ଯାହାକୁ ଲଗାଇଲେ ଏସି ବନିଯିବ ଏୟାର ପ୍ୟୁରିଫାଏର, ଭାଇରସ ବି ହେବ ନିଷ୍କ୍ରିୟ

କାନପୁର : ଆଇଆଇଟି କାନପୁରର ଗବେଷକମାନେ ବାଙ୍ଗାଲୁର ଭାରତୀୟ ବିଜ୍ଞାନ ସଂସ୍ଥା ସହଯୋଗରେ ଏମିତି ଏୟାର ଫିଲ୍ଟର ତିଆରି କରିଛନ୍ତି ଯାହାକୁ ଏୟାର କଣ୍ଡିସନ ଉପରେ ଲଗାଇଲେ ଏହା ଏୟାର ପ୍ୟୁରିଫାଏର ଭାବେ ପବନକୁ ୯୯ ପ୍ରତିଶତ ଶୁଦ୍ଧ କରିଦେବ । ଥଣ୍ଡା ଦିନେ ଏହାକୁ ଲଗାଇ ଏୟାର ପ୍ୟୁରିଫାଏୟ (ବାୟୁ ଶୋଧକ) ଭାବେ ବ୍ୟବହାର କରାଯାଇ ପାରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫିଲ୍ଟର ୯୯.୨୪ ପ୍ରତିଶତ କ୍ଷମତା ସହିତ ସିଭିୟର ଏକ୍ୟୁଟ ରେସପିରେଟୋରୀ ସିଣ୍ଡ୍ରମ କରୋନା ଭାଇରସ-୨ କୁ ନିଷ୍କ୍ରିୟ କରି ଦେଇପାରେ ।

ଏସି ଉପରେ ଲଗାଇ ଚଳାଇ ପାରିବେ ଫ୍ୟାନ୍‌

ଆଇଆଇଟିର ପ୍ରଫେସର ଅଙ୍କୁଶ ଶର୍ମା କୁହନ୍ତି, ଥଣ୍ଡା ଦିନେ ପ୍ରଦୂଷଣର ଚିନ୍ତା ଅଧିକ ହୋଇଥାଏ । ଆଇଆଇଟି ଏହି ସମସ୍ୟାକୁ ଦେଖିବା ପରେ ଏକ ସରଳ ଓ ଉନ୍ନତ ଟେକନିକ୍‌ ବିକଶିତ କରିଛନ୍ତି । ଏହାକୁ ଏସି ଉପରେ ସହଜରେ ଲଗାଯାଇ ପାରିବ । ଏହାପରେ ଏସିର ଫ୍ୟାନ ମୋଡକୁ ଅନ୍‌ କରି ବ୍ୟବହାର କରାଯାଇ ପାରିବ । ଏସିରୁ ବାହାରୁଥିବା ପବନ ପୂର୍ଣ୍ଣ ଭାବେ ଶୁଦ୍ଧ ହେବ । ଯାହାଦ୍ୱାରା ପ୍ରଦୂଷଣ ଓ ଭାଇରସ ଉଭୟରୁ ଘର ମୁକ୍ତ ରହିବ । ଏହାର ପରୀକ୍ଷଣ ମାନ୍ୟତା ପ୍ରାପ୍ତ ଲ୍ୟାବରେ ହୋଇ ସାରିଛି ।

ପବନରୁ ପିଏମ ୨.୫, ପିଏମ ୧୦ ଓ କୀଟାଣୁ ବି କରିବ ଦୂର

ଏହି ଯନ୍ତ୍ରକୁ ଲଗାଇବା ଦ୍ୱାରା ବାୟୁକୁ ଶୁଦ୍ଧ କରିବା ସମୟରେ ପିଏମ ୨.୫ ଓ ପିଏମ୍‌ ୧୦, ଧୂଳି, ଏଲର୍ଜି ଓ କୀଟାଣୁକୁ ଧରି ରଖିବାରେ ସକ୍ଷମ ହେବ ବୋଲି ପ୍ରଫେସର ଅମିତାଭ କହିଛନ୍ତି । ଏହାକୁ ‘କ୍ଲିନ ଏୟାର ମଡ୍ୟୁଲ’ ଭାବେ ମାତ୍ର ୨୦୦୦ ଟଙ୍କାରେ ଲଞ୍ଚ କରାଯାଇଛି । ଲୋକେ ଏହାକୁ ୟର୍ଥ େଓ୍ଵବସାଇଟ ଓ ଅନ୍ୟ ଇ କମର୍ସ େଓ୍ଵବସାଇଟ ମାଧ୍ୟମରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.