Below header

ଟିମ ଇଣ୍ଡିଆର ହେଡ଼ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ

ବର୍ତ୍ତମାନ ସମୟରେ ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି ।  ଟିମ ଇଣ୍ଡିଆର ହେଡ଼ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ରିପୋର୍ଟ ପଜିଟିଭ ଆସିବା ପରେ ରବି ଶାସ୍ତ୍ରୀ ଆଇସୋଲେସନରେ ଥିବା ଜଣାଯାଇଛି ।  ବର୍ତ୍ତମାନ ସମୟରେ ଇଣ୍ଡିଆ ଟିମ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତରେ ଅଛନ୍ତି ।  ସିରିଜର ତିନି ମ୍ୟାଚ ଖେଳାଯାଇ ସାରିଲାଣି ।  ଆଜି ହେଉଛି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ।  ଶାସ୍ତ୍ରୀଙ୍କ ବ୍ୟତୀତ ବୋଲିଙ୍ଗ କୋଚ ଭରତ ଅରୁଣ ଓ ସପୋର୍ଟ ଷ୍ଟାଫର ଅନ୍ୟ ଦୁଇ ଜଣ ସଦସ୍ୟ ବି ଆଇସୋଲେସନରେ ଥିବା ନେଇ ଖବର ଆସିଛି ।

ବିସିସିଆଇ ପକ୍ଷରୁ ଟ୍ୱିଟ ଜରିଆରେ ହିଁ ଏବାବଦରେ ସୂଚନା ଦିଆଯାଇଛି ।  ଟିମର ଅନ୍ୟ ସଦସ୍ୟ ମାନଙ୍କର ବି ଦୁଇଟି ଫ୍ଲୋ ଟେଷ୍ଟ କରାଯାଇଛି ।  ଗୋଟିଏ ଗତ ରାତିରେ କରାଯାଇଥିବା ବେଳେ ଆଜି ସକାଳେ ଅନ୍ୟଟି କରାଯାଇଛି ।  ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ ଓଭାଲରେ ଖେଳିବାକୁ ଅନୁମତି ମିଳିଛି ।  ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ଏବେ ୧-୧ ରେ ବରାବର ସ୍ଥିତିରେ ଅଛି ।  ପ୍ରଥମ ମ୍ୟାଚ ଟ୍ରେଣ୍ଡ ବ୍ରିଜରେ ଖେଳାଯାଇଥିବା ବେଳେ ଏହି ମ୍ୟାଚ ଡ୍ର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.