Below header

ଆଜି କୋଲକତା ନାଇଟ ରାଇଡର୍ସ ସହିତ ମୁହାଁମୁହିଁ ହେବ କିଙ୍ଗସ୍‌ ଇଲେଭେନ ପଞ୍ଜାବ, କ୍ରିସ୍‌ ଗେଲ୍‌ଙ୍କୁ ମଇଦାନକୁ ଓହ୍ଲାଇବ ପଞ୍ଜାବ

ଆଜି ଆଇପିଏଲ ୨୪ତମ ମ୍ୟାଚରେ ଆଜି କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ସାମ୍ନାସାମ୍ନି ହେବେ। ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇବା ପରେ ନାଇଟ୍ ରାଇଡର୍ସ ମନୋବଳ ଦୃଢ ହୋଇଛି। ଅନ୍ୟପଟେ ୪ଟି ମ୍ୟାଚ୍ ହାରିଥିବା କିଙ୍ଗ୍ସ ଇଲେଭେନ ଏବେ ଚାପରେ ରହିଛି। ଆଜି ଦଳ ପରାଜୟଧାରା ଭାଙ୍ଗିବାକୁ ପ୍ରସ୍ତୁତ ରହିଛି।

ସିଜନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ଚର୍ଚ୍ଚାରେ ରହିଥିଲା। ପୂର୍ବ ମ୍ୟାଚରେ କିଙ୍ଗ୍ସ ଏକାଦଶ ୬୯ରନରେ ସନରାଜର୍ସ ହାଇଦ୍ରାବାଦ୍ ନିକଟରୁ ହାରିଯାଇଥିଲା । ଆଜିର ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି। ଅସୁସ୍ଥତା ପାଇଁ ପୂର୍ବ ମ୍ୟାଚ୍ ଖେଳିନଥିବା କ୍ରିସ୍ ଗେଲ୍ଙ୍କ ସମେତ ଦୀପକ ହୁଡା ସୁଯୋଗ ପାଇପାରନ୍ତି। ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସୱେଲଙ୍କ ଖରାପ ଫର୍ମ ଯୋଗୁଁ ତାଙ୍କୁ ବାଦ୍ ଦିଆଯିବା ସମ୍ଭାବନା ରହିଛି। ଆଜିର ମ୍ୟାଚରେ ନାଇଟ୍ ରାଇଡର୍ସ ବୋଲର ଓ କିଙ୍ଗ୍ସ ଏକାଦଶ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ନାଇଟ୍ ରାଇଡର୍ସ ଦଳ ୫ଟି ମ୍ୟାଚ୍ରୁ ୩ଟିରେ ବିଜୟୀ ହୋଇଛି।

778

ସମ୍ଭାବ୍ୟ ନାଇଟ୍ ରାଇଡର୍ସ: ଶୁବମନ ଗିଲ୍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ସୁନିଲ ନାରାଏନ୍, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ, ପାଟ୍ କମିନ୍ସ, କମଳେଶ ନାଗରକୋଟି, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ ।

ସମ୍ଭାବ୍ୟ କିଙ୍ଗ୍ସ ଏକାଦଶ: ଲୋକେଶ ରାହୁଲ, କ୍ରିସ୍ ଗେଲ୍, ମୟଙ୍କ୍ ଅଗ୍ରୱାଲ, ମନଦୀପ ସିଂହ, ନିକୋଲାସ ପୂରନ, ପ୍ରଭସିମରନ ସିଂହ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ/ଦୀପକ ହୁଡ଼ା, ମୁଜିବ ଉର ରେହମାନ, ମହମ୍ମଦ ସାମି, ସେଲଡନ୍ କଟ୍ରେଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.