Below header

ମାଲକାନାଗିରି: ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ଘଟଣା, ୫ ଗିରଫ

ମାଲକାନାଗିରି: ମାଲକାନାଗିରି ସୀମାନ୍ତ ପଡିଆ ବ୍ଳକ ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣକୁ ହତ୍ୟା ଘଟଣାରେ ୫ ଗିରଫ । ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଡ଼ିଆ ଥାନା ପୋଲିସ ।

ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ହତ୍ୟା କରିଥିଲେ । ପରେ ଗାଁଠାରୁ ୪ ଶହ ମିଟର ଦୂର ଏକ ମଶାଣିରେ ପୋଡି ଦେଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.