Below header

ଏଫଆଇଏଚ୍ ପୁରୁଷ ହକି ସିରିଜ୍ : ଦକ୍ଷିଣ ଆଫ୍ରିକାକୁ ୨-୦ଗୋଲରେ ହରାଇଲା ୟୁଏସଏ

ବାତ୍ୟା ଫନିର ମାସେ ପରେ କଳିଙ୍ଗ ଷ୍ଟାଡିୟମ ପୁଣି ଅନ୍ତର୍ଜାତୀୟ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଛି । ଏବେ ଆରମ୍ଭ ହୋଇଛି ଏଫଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ । ପ୍ରଥମ ମ୍ୟାଚ୍‌ ରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି ୟୁଏସଏ । ଜୁନ୍‌ ୧୬ପଯ୍ୟର୍ନ୍ତ ଚାଲିବ ଏହି ସିରିଜ୍‌ ।

ଉଦଘାଟନୀ ମ୍ୟାଚରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨-୦ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ୟୁଏସଏ । ଏଫଆଇଏଚ୍ ହକି ସିରିଜ ଫାଇନାଲରେ ଯୋଗଦେଇଛନ୍ତି ଭାରତ ସମେତ ୮ଟି ଦେଶ । ଆସନ୍ତା ୧୬ ତାରିଖ ପଯ୍ୟର୍ନ୍ତ ସିରିଜ ଚାଲିବ । ଏଥିରେ ଶ୍ରେଷ୍ଠ ୨ଦଳ ଅଲମ୍ପିକ୍ସରେ ସ୍ଥାନ ପାଇବେ । ହକି ପୂର୍ବରୁ ଗତକାଲି ବିଶ୍ୱକପ୍ କ୍ରିକେଟରେ ବି ଭାରତ ଠାରୁ ଦକ୍ଷିଣଆଫ୍ରିକା ପରାସ୍ତ ହୋଇଥିବା ବେଳେ ପ୍ରଶଂସକମାନେ ନିରାଶ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.