କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରିବା ଘଟଣା, ବିଧାୟକଙ୍କ ବିରୋଧରେ ଥାନାରେ ଏତଲା

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାଁରେ ଏତଲା। ବିଧାୟକ ଉଠ୍ ବସ୍ କରାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ବିଧାୟକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ସେ ଏତଲାରେ ଦର୍ଶାଇଛନ୍ତି ଯେ, ବିଧାୟକ ଓ ତାଙ୍କ କର୍ମୀ ତାଙ୍କ ସ୍ୱାମୀଙ୍କୁ ଘରୁ ଡ଼ାକି ନେଇଥିଲେ। ଏହାପରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି ଆପତ୍ତିଜନର ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେବା ସହ ଅସଭ୍ୟ ତାଙ୍କ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି। ଗତକାଲିଠରୁ ତାଙ୍କ ସ୍ୱାମୀ ଘରକୁ ଆସି ନଥିବା ନେଇ ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ଗିରଫ ଦାବି କରିଛନ୍ତି ସଂପୃକ୍ତ ଯନ୍ତ୍ରୀଙ୍କ ପତ୍ନୀ।