Below header

ଟି-୨୦ ବିଶ୍ୱକପ ପୂର୍ବରୁ ଲୁକ୍‌ ପରିବର୍ତ୍ତନ କଲେ କୋହଲି ଏବଂ ପାଣ୍ଡ୍ୟା, ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜୋର୍ଡନ କରିଛନ୍ତି ଏହି ହେୟାରକଟ୍‌

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟି-୨୦ ବିଶ୍ୱକପ ପୂର୍ବରୁ ନିଜର ଲୁକ୍‌ ପରିବର୍ତ୍ତନ କରିଛନ୍ତି। ବିରାଟ ନୂଆ ହେୟାରକଟ୍‌ କରିଛନ୍ତି। ତେବେ ବିରାଟ ଏହି ଲୁକ୍‌ରେ ଭିନ୍ନ ଲୁକରେ ନଜର ଆସିଛନ୍ତି। ଅଷ୍ଟ୍ରେଲିଆର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜୋର୍ଡନ ଏହି ହେୟାରକଟ୍‌ କରିଛନ୍ତି। ବିରାଟଙ୍କ ସହିତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଲୁକ୍‌ ପରିବର୍ତ୍ତନ କରିଛନ୍ତି। ବିରାଟ ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି।

ସେହିପରି ଜୋର୍ଡନ ମଧ୍ୟ ଏକ ଭିଡିଓ ସେୟାର କରାଯାଇଛି। ଏଥିରେ ବିରାଟ କୋହଲିଙ୍କ ଇନଟେନ୍ସ ଲୁକ୍‌ ଭାଇରଲ ହେବାରେ ଲାଗିଛି। ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ ପାଇଁ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ୨୩ ଅକ୍ଟୋବରରେ ଖେଳିବ। ଏହା ପୂର୍ବରୁ ଦୁଇଟି ଓ୍ଵାର୍ମ ଅପ୍‌ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସହିତ ଖେଳିବ।

 

View this post on Instagram

 

A post shared by Jordan (@jordantabakman)

ପୂର୍ବତନ ଅଧିନାୟକ ବିରାଟ କୋହଲି ଲମ୍ବା ସମୟ ପର୍ଯ୍ୟନ୍ତ ଖରାପ ଫର୍ମରେ ରହିଛନ୍ତି। ହେଲେ ଏସିଆ କପ୍‌ ୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରି କମବ୍ୟାକ୍‌ କରିଥିଲେ କୋହଲି। ଏସିଆ କପ୍‌ ୨୦୨୨ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ରହିଥିଲେ କୋହଲି। କୋହଲି ଏହି ଟୁର୍ନାମେଣ୍ଟରେ ୫ଟି ମ୍ୟାଚ୍‌ ଖେଳି ୨୭୬ ରନ୍‌ କରିଥିଲେ। ଏବେ ବିରାଟ କୋହଲିଙ୍କ ନଜର ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଉପରେ ରହିଛି।

ବିଶ୍ୱକପ୍‌ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଫଟୋଶୁଟ୍‌ କରିଥିଲେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି। ଏହି ସମୟରେ ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ନଜର ଆସିଥିଲେ । ଟିମ୍‌ ଇଣ୍ଡିଆରେ ଏହି ଫଟୋକୁ ବିସିସିଆଇ ଟ୍ଵିଟ୍‌ କରିଥିଲା।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି ଏବଂ ଦୀପକ ଚହର

ସେହିପରି ଷ୍ଟାଣ୍ଡବାଏ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ

ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ :

୧୭ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ(ଓ୍ଵାର୍ମ ଅପ୍‌ ମ୍ୟାଚ)

୧୯ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ(ଓ୍ଵାର୍ମ ଅପ୍‌ ମ୍ୟାଚ୍‌)

୨୩ ଅକ୍ଟୋବର: ଭାରତ ବନାମ ପାକିସ୍ତାନ

୨୭ ଅକ୍ଟୋବର: ଭାରତ ବନାମ ଏ୨

୩୦ ଅକ୍ଟୋବର: ଭାରତ ବନାମ ସାଉଥ ଆଫ୍ରିକା

୨ ନଭେମ୍ବର: ଭାରତ ବନାମ ବାଲାଂଦେଶ

୬ ନଭେମ୍ବର: ଭାରତ ବନାମ ବି ୧

Also Read : ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଝଟକା, ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କଲା ବିସିସିଆଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.