ଦୀପାବଳି ପୂର୍ବରୁ ଲଞ୍ଚ ହେଲା ୪୩ ଇଞ୍ଚର ସ୍ମାର୍ଟ ଟିଭି ସେ ବି ଶସ୍ତା ଦାମରେ , ଶୀଘ୍ର କିଣନ୍ତୁ

Infinix ଲଞ୍ଚ କଲା ନିଜର ନୂଆ ଦମଦାର ସ୍ମାର୍ଟ ଟିଭି। ଯାହାର ଦାମ ରହିଛି ଏକଦମ ଶସ୍ତା। ଦୀପାବଳି ଅବସରରେ କମ୍ପାନୀ ତରଫରୁ ଏହି ପ୍ରଡ଼କ୍ଟ କୁ ସେଲ୍‌ କରାଯାଉଛି। ତେବେ ଆପଣ ଯଦି ଏହି ସୁଯୋଗର ଫାଇଦା ଉଠାଇବାକୁ ଚାହୁଁଛନ୍ତି। ତେବେ ଆମର ଏହି ଭିଡ଼ିଓରୁ ଜାଣନ୍ତୁ କିପରି ଫାଇଦା ଉଠାଇବେ।

ଇନଫିନିକ୍ସର ଏହି ସ୍ମାର୍ଟ ଟିଭି ର ଡିଜାଇନ ବହତୁ ପତଳା ସହିତ ହାଲକା ମଧ୍ୟ ରହିଛି। କମ ଦାମ ସହିତ ଏଥିରେ ଧାମାକାଦାର ଫିଚର୍ସ ଆପଣଙ୍କୁ ମିଳିବ। ଆସନ୍ତୁ ଜାଣିବା Infinix 43 Y1 TV ର ଦାମ ଓ ଫିଚର୍ସ ସମ୍ପର୍କରେ..

Infinix ଏବେ ଭାରତରେ ଏକ ନୂଆ ସ୍ମାର୍ଟ ହୋମ ପ୍ରଡ଼କ୍ଟକୁ ଲଞ୍ଚ କରିଛ। ଏଥର କମ୍ପାନୀ Infinix 43 Y1 TV ଲଞ୍ଚ କରିଛି। ଏହାଏକ ସ୍ମାର୍ଟ ଟିଭି ଯାହାକି ଏକ ବଜେଟ ପ୍ରାଇସ ଟ୍ୟାଗ ସହିତ ମାର୍କେଟକୁ ଆସିଛି। ସ୍ମାଟ ର୍ ଟିଭିର ଡିଜାଇନ କଥା କହିଲେ ଏହା ପତଳା ସାଙ୍ଗକୁ ଖୁବ ହାଲକା। କମ ଦାମ ସହିତ ଏଥିରେ ଧାମାକାଦାର ଫିଚର୍ସ ମିଳିବ। ଏବେ ଜାଣନ୍ତୁ Infinix 43 Y1 TV ର ଦାମ ସମ୍ପର୍କରେ..

ବ୍ରାଣ୍ଡକୁ ଭାରତୀୟ ବଜାରରେ କେବଳ ମାତ୍ର ୧୩,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି। ଯାହାକି ଏବେ ର ସମୟରେ ଖୁବ ଶସ୍ତାସ୍ମାର୍ଟ ଟିଭି କୁହାଯାଉଛି। ଟିଭି ଭାରତରେ ଲୋକ ପ୍ରିୟ ଇ-ରିଟେଲର ଫ୍ଲିପକାର୍ଟରେ ବିକ୍ରି କରାଯାଉଛି। ଏହାର ଡିସପ୍ଲେ ମଧ୍ୟ ରହିଛି ଜବରଦସ୍ତ। ଏହି ପ୍ୟାନେଲରେ ଫୁଲ ଏଚଡି ରିଜ୍ୟଲୁସନ ରହିଛି। ଏହା ୩୦୦ ନିଟ୍ସ ପିକ ବ୍ରାଇଟନେସ ଉତ୍ପାଦନ କରିଥାଏ। ୧୬ ମିଲିୟନ କଲର ସୋ ମଧ୍ୟ ଦେଖିପାରିବେ। ଏହା ଏଚଏଲଜିକୁ ସପୋର୍ଟ କରେ। ଏହାର ପତଳା ବେଜେଲ୍ସ ଚାରିପଟେ ରହିଛି।

କମ୍ପାନୀ ଏହା ପୂର୍ବରୁ ଜୁଲାଇରେ Y1 32 କୁ ଲଞ୍ଚ କରିଥିଲା। ଏବେ କିନ୍ତୁ ନୂଆ ଭାରିଏଣ୍ଟ ସବୁଠୁ ବଡ଼ ମଡ଼େଲ । ସୂଚନା ଅନୁସାରେ Infinix 43 Y1 TV ରେ G31 GPU ସହିତ କ୍ୱାଡ଼ କୋର ପ୍ରୋସେସର ରୁ ଲେସ୍‌ ରହିଛି। ମେମୋରୀ ପାଇଁ ସ୍ମାଟ ର୍ ଟିଭିରେ 512MB ର‍୍ୟାମ ଓ 4GB ଇଣ୍ଟରନାଲ ଷ୍ଟୋରେଜ ରହିଛି।

ଏଥିରେ YouTube, Prime VIdeo, ZEE5, SonyLiv ରହିବା ସହିତ ଅନ୍ୟାନ୍ୟଳ ଲୋକପ୍ରିୟ ଓଟିଟି ପ୍ଳାଟଫର୍ମ ମଧ୍ୟ ରହିଛି। ଅଡ଼ିଓ ପାଇଁ ଏଥିରେ 20W ବକ୍ସ ସ୍ପିକର ରହିଛି । ଯାହା ଡଲବି ଏଟମାସ୍‌ କୁ ସପୋର୍ଟ କରୁଛି। ଅନ୍ୟ ସୁବିଧା ଦେଖିଲେ ଏଥିରେ ଆପଣ ଓ୍ଵାଇଫାଇ, ବ୍ଲୁଟୁଥ , ଦୁଇଟି ଏଚଡ଼ିଏମଆଇ ପୋର୍ଟ, ଦୁଇଟି ୟୁଏସବି ପୋର୍ଟ ଓ ଇଥରନେଟ ପୋର୍ଟ ସହିତ ଏକ ୩.୫ମିମି ର ହେଡ଼ଫୋନ ଜ୍ୟାକ ସାମିଲ ରହିିଛି। ଏଥିରେ ରିମୋଟ କଣ୍ଟ୍ରୋଲ ସହିତ ବଣ୍ଡଲ ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.