ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଝଟକା, ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କଲା ବିସିସିଆଇ

ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ବିସିସିଆଇ ବଡ ନିଷ୍ପତ୍ତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍‌ ଇଣ୍ଡିଆର ୨ ଖେଳାଳିଙ୍କୁ ବିସିସିଆଇ ଝଟକା ଦେଇଛି। ଭାରତୀୟ ମ୍ୟାନେଜମେଣ୍ଟ ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ଏମାନଙ୍କୁ ଅଷ୍ଟ୍ରେଲିଆ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟର ଏବଂ ରବି ବିଷ୍ଣୋଇଙ୍କୁ ଅଷ୍ଟ୍ରେଲିଆ ପଠାଇବ ନାହିଁ ବିସିସିଆଇ। ଯଦି ଟିମ୍‌ରେ ସେମାନଙ୍କର କୌଣସି ଆବଶ୍ୟକତା ପଡିବ, ତେବେ ସେମାନେ ଟିମରେ ସାମିଲ ହେବ। କିନ୍ତୁ ଏବେ ଭାରତରେ ସେମାନେ ରହି ଅଭ୍ୟାସ କରିବେ।

ରବି ବିଷ୍ନୋଇ ଗତ କିଛିଦିନରୁ ଟିମ୍‌ ଇଣ୍ଡିଆର ପ୍ରଥମ ପସନ୍ଦ ରହିଥିଲେ। କିନ୍ତୁ ସାଉଥ ଆଫ୍ରିକା ବିପକ୍ଷ ୩ଟି ଦିନିକିଆ ମ୍ୟାଚ୍‌ ମଧ୍ୟରୁ କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ଏହାଛଡା ଏସିଆ କପ୍‌ ୨୦୨୨ରେ ମଧ୍ୟ ଖେଳିଥିଲେ ରବି ବିଷ୍ନୋଇ। ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଟି-୨୦ ବିଶ୍ୱକପରେ ତାଙ୍କୁ ସାମିଲ କରାଯାଇନାହିଁ। ସେ ଏପର୍ଯ୍ୟନ୍ତ ୧୦ଟି ଟି-୨୦ ମ୍ୟାଚ୍‌ ଖେଳି ୧୬ ଓ୍ଵିକେଟ ନେଇଛନ୍ତି।

ସେହିପରି ଶ୍ରେୟସ ଆୟର ସାଉଥ ଆଫ୍ରିକା ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୯୧ ରନ୍‌ କରିଥିଲେ। ଦ୍ୱିତୀୟ ମ୍ୟାଚରେ ୧୧୩ ରନ କରି ଅପରାଜିତ ରହିଥିଲେ। କିନ୍ତୁ ଏଥର ମଧ୍ୟ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯାଇନାହାନ୍ତି। ଯଦି ଟିମ୍‌ ଇଣ୍ଡିଆରେ କୌଣସି ବ୍ୟାଟମ୍ୟାନ୍‌ ଦରକାର ପଡନ୍ତି, ତେବେ ଶ୍ରେୟସ ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ବିସିସିଆଇ ସୂଚନା ଦେଇଛି।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ:

ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ

ସେହିପରି ଷ୍ଟାଣ୍ଡବାଏ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର

ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ :

୧୭ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ(ଓ୍ଵାର୍ମ ଅପ୍‌ ମ୍ୟାଚ)

୧୯ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ(ଓ୍ଵାର୍ମ ଅପ୍‌ ମ୍ୟାଚ୍‌)

୨୩ ଅକ୍ଟୋବର: ଭାରତ ବନାମ ପାକିସ୍ତାନ

୨୭ ଅକ୍ଟୋବର: ଭାରତ ବନାମ ଏ୨

୩୦ ଅକ୍ଟୋବର: ଭାରତ ବନାମ ସାଉଥ ଆଫ୍ରିକା

୨ ନଭେମ୍ବର: ଭାରତ ବନାମ ବାଲାଂଦେଶ

୬ ନଭେମ୍ବର: ଭାରତ ବନାମ ବି ୧

Also Read : ସିରିଜ ଜିତିବା ପରେ ‘ବୋଲୋ ତା ରା ରା..’ ଗୀତରେ ଡ୍ୟାନ୍ସ କଲେ ଭାରତୀୟ ଟିମ୍‌, ଶିଖର ଧଓ୍ଵନ ସେୟାର କଲେ ଭିଡିଓ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.