ବିରାଟଙ୍କ ମନ ଦୁଃଖ, ନୂଆ ଫୋନ ଅନବକ୍ସିଂ କରିବା ଆଗରୁ ହଜିଗଲା
ହଜିଗଲା ବିରାଟ କୋହଲିଙ୍କ ନୂଆ ଫୋନ୍ । ନୂଆ ଫୋନ୍ ଖୋଲି ଦେଖିବା ପୂର୍ବରୁ ହଜିଯାଇଥିବା କଥା ବିରାଟ ଟ୍ଵିଟ୍ କରି ଜଣାଇଛନ୍ତି ।
ହଜିଗଲା ବିରାଟ କୋହଲିଙ୍କ ନୂଆ ଫୋନ୍ । ଟ୍ଵିଟ୍ କରି ଦୁଃଖ ପ୍ରକାଶ କଲେ କିଙ୍ଗ କୋହଲି । ନୂଆ ଫୋନ୍ ଖୋଲି ଦେଖିବା ପୂର୍ବରୁ ହଜିଯାଇଥିବା କଥା ବିରାଟ ଟ୍ଵିଟ୍ କରି ଜଣାଇଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।
ଆସନ୍ତା ୯ ତାରିଖଠାରୁ ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କୋହଲିଙ୍କର ଫୋନ୍ ଚୋରି ହୋଇ ଯାଇଛି ।
କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ‘ଆପଣ ଯଦି ନୂଆ ଫୋନକୁ ଖୋଲିବା ପୂର୍ବରୁ ହଜାଇଦେବେ, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ । କେହି ଏହାକୁ ଦେଖିଛନ୍ତି କି?’
Nothing beats the sad feeling of losing your new phone without even unboxing it ☹️ Has anyone seen it?
— Virat Kohli (@imVkohli) February 7, 2023
ଏହାକୁ ନେଇ ଜମାଟୋ ପକ୍ଷରୁ ମଜାଳିଆ କମେଣ୍ଟ ମିଳିଛି। ଜମାଟୋରୁ କମେଣ୍ଟ କରାଯାଇଛି, ଅନୁଷ୍କା ଭାଉଜଙ୍କ ମୋବାଇଲରୁ ଆଇସକ୍ରିମ ଅର୍ଡର କର।
feel free to order ice cream from bhabhi’s phone if that will help 😇
— zomato (@zomato) February 7, 2023
ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଗୋଟିଏ ନୂଆ ଫୋନ୍ କିଣି ନିଅନ୍ତୁ, ଆପଣଙ୍କ ପାଖରେ କଣ ଅର୍ଥର ଅଭାବ ଅଛି କି?’ ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ମୁଁ ପାଇଛି, ମାତ୍ର ମୁଁ ମ୍ୟାଚ ସରିବା ପରେ ତୁମକୁ ଦେବି ।’
Chalo isi bahane khel par man lga rhega
— Nishant Bharti (@nishantbharti23) February 7, 2023