କ୍ରାଇମ ସ୍ପଟରେ ଗୋପାଳ, କ୍ରାଇମ ସିନ ରିକ୍ରିଏସନ କରାଇଲା ଗାନ୍ଧିନଗର ଡାଇରୋକ୍ଟୋରେଟ ଅଫ ଫରେନ୍ସିକ ସାଇନ୍ସ
ଝାରସୁଗୁଡା (କେନ୍ୟୁଜ୍) : ମନ୍ତ୍ରୀ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ତାହା ଦେଖାଇଲା ଗୋପାଳ ଦାସ । ସେଥିପାଇଁ କ୍ରାଇମ ସ୍ପଟକୁ ଗୋପାଳକୁ ନିଆଯାଇଛି ।କ୍ରାଇମସିନ ରିକ୍ରିଏସନ୍ କରୁଛନ୍ତି ଗୁଜରାଟ ଗାନ୍ଧିନଗର ଡାଇରୋକ୍ଟୋରେଟ ଅଫ ଫରେନ୍ସିକ ସାଇନ୍ସ। କ୍ରାଇମସ୍ପଟରେ ଡେମୋ ଦେଖାଉଛି ଗୋପାଳ ଦାସ।
ନିଜେ ନିର୍ଦ୍ଦେଶକ କ୍ରାଇମ ସିନ୍ ରିକ୍ରିଏସନ କରୁଛନ୍ତି । ବ୍ରଜରାଜନଗର ଗାନ୍ଧୀ ଛକରେ ହେଉଛି କ୍ରାଇମ୍ ସିନ୍ ରିକ୍ରିଏସନ୍। ଖେଳଣା ବନ୍ଧୁକ ଧରି ମାରିବାର ଡେମୋ ଦେଖାଇଲା ଗୋପାଳ । କେମିତି ଆସିଲା,କେମିତି ଫାୟାର କଲା ଓ ପୁଣି କେମିତି ଚାଲିଗଲା । ସେସବୁର ଡେମୋ ଦେଖାଇଲା ଗୋପାଳ । ପ୍ରାୟ ୪୦ /୪୫ ମିନିଟ ଧରି ଚାଲିଥିଲା ହତ୍ୟାର ଡେମୋ । କ୍ରାଇମବ୍ରାଞ୍ଚ ଟିମ ଆଗରେ ମଧ୍ୟ ଗୁଳି ମାଡ ଘଟଣା ବଖାଣିଥିଲା ଗୋପାଳ ।
ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଅଭିଯୁକ୍ତର ଲେୟର୍ଡ ଭଏସ୍ ଆନାଲିସିସ ଓ ଫୋରେନ୍ସିକ ସାଇକୋଲୋଜିକାଲ ଆସେସମେଣ୍ଟ କରିଛି ଦିଲ୍ଲୀ CFSL ଟିମ୍ । ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ମନସ୍ତତ୍ତ୍ୱବିତ୍ ତାର ମାନସିକ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଝାରସୁଗୁଡ଼ାରେ ପହଞ୍ଚିଛି ବେଙ୍ଗାଲୁରୁର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ୍ ଆଣ୍ଡ ନ୍ୟୁରୋ ସାଇନସେସ୍ ବା ନିମହାନ୍ସ ବିଶେଷଜ୍ଞ ।