Below header

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ୍‌

ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ । ଟି-୨୦, ଦିନିକିଆ ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜ୍‌ ବି ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଆଣ୍ଟିଗାର ନର୍ଥ ସାଉଣ୍ଡ ପଡିଆରେ ମ୍ୟାଚ୍‌ ଖେଳାଯିବ । ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପରସ୍ପର ମଧ୍ୟରେ ୯୬ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ୱେଷ୍ଟଇଣ୍ଡିଜ୍‌ ୩୦ଟି ଜିତିଥିବା ବେଳେ ଭାରତ ଜିତିଛି ମାତ୍ର ୨୦ଟି ଟେଷ୍ଟ । ୪୬ଟି ଟେଷ୍ଟର କୌଣସି ଫଳାଫଳ ବାହାରି ପାରିନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ଆଜିଙ୍କ୍ୟ ରାହାଣେ ୫ ନମ୍ବରରେ ଖେଳିପାରନ୍ତି । ହନୁମା ବିହାରୀ ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିିଳିପାରେ । ଅଧିନାୟକ କୋହଲି ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି ।

ଆଜିର ମ୍ୟାଚ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଏହା ହେଉଛି ଭାରତର ପ୍ରଥମ ମୁକାବିଲା । ଏହି ଫର୍ମାଟ୍‌ ଅନୁସାରେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମାନ୍ୟତା ତାଲିକାର ପ୍ରଥମ ୯ଟି ଦଳ ବିଭିନ୍ନ ଟେଷ୍ଟ ସିରିଜ୍‌ ଖେଳିବେ। ପ୍ରତି ସିରିଜ୍‌ ଅନ୍ତର୍ଗତ ଟେଷ୍ଟର ଫଳାଫଳକୁ ନେଇ ପଏଣ୍ଟ ପ୍ରଦାନ କରାଯିବ । ୨ ବର୍ଷ ମଧ୍ୟରେ ସର୍ବାଧିକ ପଏଣ୍ଟ ପାଇଥିବା ଦଳ ଟାଇଟଲ ପାଇଁ ପରସ୍ପରକୁ ଭେଟିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.