ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ନିଶ୍ଚିତ ଶିଖନ୍ତୁ ଏହି ସବୁ କଥା, ଜୀବନରେ ବୁଝିପାରିବେ ସମ୍ପର୍କର ମୂଲ୍ୟ

ଭାଦ୍ରପଦର ଅଷ୍ଟମୀକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ୨୩ ତାରିଖରେ ଜନ୍ମାଷ୍ଟମୀ ବ୍ରତ ପୁରା ଦେଶରେ ପାଳନ କରାଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ଜୀବନରେ ସମସ୍ତ ସମ୍ପର୍କର ଦାୟିତ୍ବକୁ ପୂରଣ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କୃଷ୍ଣଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ସହ ଜଡିତ କିଛି ଶୀକ୍ଷଣିୟ ଗୁଣ। ବୃନ୍ଦାବନରେ ରାଧାଙ୍କ ସହ ଏପରି ଅନେକ ଗୋପୀମାନେ ଥିଲେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ଖୁବ୍ ଭଲ ପାଉଥିଲେ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ସମସ୍ତ ଗୋପୀମାନଙ୍କର ସମ୍ମାନ କରୁଥିଲେ। କିନ୍ତୁ ରାଧାଙ୍କ ପ୍ରତି ତାଙ୍କର ଭଲ ପାଇବା ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଜିର ଯୁବପିଢୀ ମଧ୍ୟ ଭଗବାନଙ୍କ ଏହି ଭଲପାଇବାକୁ ଅନୁସରଣ କରିବା ଉଚିତ।

bhagbanଭଗବାନ ବିଷ୍ଣୁଙ୍କ ଅବତାର ହେବା ପରେ ମଧ୍ୟ କୃଷ୍ଣଙ୍କ ମନରେ ନିଜ ଗୁରୁଙ୍କ ପ୍ରତି ସର୍ବଦା ସମ୍ମାନ ରହିଥିଲା। ଭଗବାନ ଯେଉଁ ଅବତାରରେ କୌଣସି ସନ୍ଥଙ୍କୁ ମଧ୍ୟ ଭେଟିଲେ ତାଙ୍କୁ ପୁରା ସମ୍ମାନ ଦେଉଥିଲେ। ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କୁ ଦେବକୀ ଏବଂ ବସୁଦେବଙ୍କ ପୁତ୍ର କୁହାଯାଉଥିଲେ ମଧ୍ୟ ନନ୍ଦ ଏବଂ ଯୋଶଦା ତାଙ୍କୁ ଲାଳନ-ପାଳନ କରିଥିଲେ। କିନ୍ତୁ ଭଗବାନ କୃଷ୍ଣ ତାଙ୍କ ଜୀବନରେ ଦୁଇଟି ମା ଦେବକୀ ଏବଂ ଯୋଶଦାଙ୍କୁ ଖୁବ୍ ସମ୍ମାନ ଦେଇଥାନ୍ତି। ଭଗବାନଙ୍କର ଏହି ସ୍ବଭାବ ଅନୁସରଣ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ମା-ବାପାଙ୍କୁ ଉଚ୍ଚ ସମ୍ମାନ ଦେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ମାତା-ପିତାଙ୍କ ସେବାରେ ସମର୍ପିତ କରିବା ଉଚିତ। ସେହିପରି ଭଗବାନ କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତା ସମସ୍ତେ ଛୋଟ ଥିବା ସମୟରୁ ଶୁଣିଥିବେ। ତାଙ୍କର ଏହି ବନ୍ଧୁତାକୁ ଲକ୍ଷ୍ୟ କରି ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସାଙ୍ଗମାନଙ୍କ ସହ ଏପରି ବ୍ୟବହାର କରିବା ଉଚିତ।

ଏହାସହ ପଢନ୍ତୁ:

ଗୋକୁଳରେ ଭଗବାନ କୃଷ୍ଣଙ୍କ ଜୀବନ ସଂଘର୍ଷ ରେ ଭରି ରହିଥିଲା। ତାଙ୍କର ମାମୁଁ ମଧ୍ୟ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିଲେ। କିନ୍ତୁ ଏସବୁ ସତ୍ତ୍ବେ ମଧ୍ୟ ଭଗବାନ କେବେ ମଧ୍ୟ ବିଚଳିତ ହୋଇନଥିଲେ। ଏପରି ହିଁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନରେ ବିଚଳିତ ନହୋଇ ସାହାସର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ। ଫଳକୁ ଆଶା ନରଖି ନିଜର କର୍ତ୍ତବ୍ୟ କରିବା ଉଚିତ। ଶେଷରେ ନିଶ୍ଚିନ୍ତ ଆପଣଙ୍କର ହିଁ ବିଜୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.