ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଅଳ୍ପେକେ ବର୍ତ୍ତିଲେ ରୋଗୀ

ଜଗତସିଂହପୁର(କେନ୍ୟୁଜ୍): ହସ୍ପିଟାଲରେ ନିଆଁ । ଅଳ୍ପେକେ ବର୍ତ୍ତିଲେ ରୋଗୀ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟରେ ଥିବା ଏକ ଇଲେଟ୍ରିକ୍ ବୋର୍ଡରୁ ନିଆଁ ବାହାରୁଥିବା ଦେଖାଯାଇଥିଲା । ଫଳରେ ରୋଗୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଆସିଥିଲେ । ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।