ଦୀର୍ଘ ୧୩ ବର୍ଷ ପରେ ପୁଣି ବଡ ପରଦାକୁ କମ ବ୍ୟାକ୍ କଲେ ଏହି ଅଭିନେତ୍ରୀ, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଫିଲ୍ମ ‘ନିକ୍କମା’ର ସୁଟିଂ ଆରମ୍ଭ ହୋଇସାରିଛି। ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏକ ବଲିଉଡ୍ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି ଫିଟ୍‌ନେସ୍ କୁଇନ୍ ଶିଳ୍ପା ସେଟ୍ଟୀ। ସବ୍ବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ ପାଇଁ ଶୁଟିଂ ଆରମ୍ଭ କରିଥିବା ଶିଳ୍ପା ଏନେଇ ବେଶ୍ ଖୁସି ଅଛନ୍ତି। ଏ ଫିଲ୍ମରେ ତାଙ୍କ ସହିତ ଅଭିମନ୍ୟୁ ଦସାନୀ ଓ ୟୁଟ୍ୟୁବ୍ ଷ୍ଟାର୍ ଶର୍ଲୀ ସେଟିଆ ଅଭିନୟ କରୁଛନ୍ତି।ମଙ୍ଗଳବାରଠାରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଶିଳ୍ପା ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ପୋଷ୍ଟ୍ କରି ସେ ଲେଖିଛନ୍ତି, ସେଟ୍‌କୁ ପୁଣି ଥରେ ଫେରିଲି।

movieଫିଲ୍ମ ‘ନିକ୍କମା’ ରେ ମୁଁ ଅୱନି ଚରିତ୍ରରେ ଅଭିନୟ କରିବା କଥା କହିଛନ୍ତି ଶିଳ୍ପା। ଏଥିସହ ମୁଁ ଏହି ସୁଟିଂ ସେଟ୍‌କୁ କେତେ ମିସ୍‌ କରୁଥିଲି ବୋଲି ମଧ୍ୟ କହିଛନ୍ତି ଶିଳ୍ପା। ଫିଲ୍ମ ‘ନିକ୍କମା’ରେ ଶିଳ୍ପାଙ୍କ ସହିତ ଅଭିନୟ କରୁଥିବା ଅଭିମନ୍ୟୁ ନିକଟରେ ‘ମର୍ଦ କା ଦର୍ଦ’ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ରହିଥିଲେ।

ଏହାସହ ପଢନ୍ତୁ: ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ନିର୍ଦ୍ଦେଶକ କରଣ ଜୋହର

୨୦୦୭ରେ ଶିଳ୍ପା ଶେଷଥର ପାଇଁ ବଲିଉଡ୍ ଫିଲ୍ମ ‘ଅପ୍‌ନେ’ରେ ଅଭିନୟ କରିଥିଲେ। ଅନୀଲ ଶର୍ମା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ସନି ଦେଓଲ୍‌, ବବି ଦେଓଲ୍‌, କ୍ୟାଟ୍ରିନା କୈଫ୍‌ ଓ କିର‌ନ୍‌ ଖୈର୍‌ ଅଭିନୟ କରିଥିଲେ। ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ଶିଳ୍ପା ସେଟ୍ଟୀ ଛୋଟ ପରଦା ଓ ସୋଶାଲ୍ ମିଡିଆରେ ଆକ୍ଟିଭ୍ ରହିଥିଲେ। ‘ଡ୍ୟାନ୍ସ ପ୍ଲସ୍‌’, ‘ନଚ୍‌ ବଲିୟେ’ ଏବଂ ‘ସୁପର ଡ୍ୟାନ୍ସର’ ଭଳି ଡ୍ୟାନ୍ସ ରିୟଲିଟି ସୋ’ରେ ଶିଳ୍ପା ଜଜ୍‌ ସିଟ୍ ରେ କାର‌୍ୟ୍ୟକାରୀ ତୁଲାଇଥିଲେ।\n\n\n\n\n