Below header

ବର୍ଷାରେ ବେହାଲ୍‌ ମାଲକାନଗିରି, ଏମ୍‌ଭି-୧୧ ଓ କଙ୍ଗାରକୋଣ୍ଡା ପୋଲ ଉପରେ ୨ ଫୁଟର ପାଣି

ମାଲକାନଗିରି(କେନ୍ୟୁଜ୍): ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାରେ ପୁଣି ପୋଲ ଉପରେ ପାଣି। ମାଲକାନଗିରି MV-11 ଓ କାଙ୍ଗୁରକୋଣ୍ଡା ପୋଲ ଉପରେ ୨ ଫୁଟର ପାଣି ଚାଲୁଛି। ଫଳରେ ବାଲିମେଳା-ମାଲକାନଗିରି ଓ ମାଲକାନଗିରି-କାଲିମେଳା ମଧ୍ୟରେ ଯାତାୟାତ ବନ୍ଦ। ପଟେରୁ ପୋଲ ଉପରେ ମଧ୍ୟ ୨ ଫୁଟର ପାଣି ଓ କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। କାଲିମେଳାରୁ ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ବ୍ରିଜରେ ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି ବହୁ ଗାଡ଼ିମୋଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.