କଣ ଆପଣ କେବେ ଦେଖିଛନ୍ତି ପାଣିରେ ଭାସୁଥିବା ଏହି ପରିବା ହାଟ ?

ଶ୍ରୀନଗର ଡାଲ୍‌ ହ୍ରଦ ବିଷୟରେ କିଏ ବା ନଜାଣେ ଯାହା ବିଶ୍ୱବିଖ୍ୟାତ। କଣ ଆପଣଙ୍କ ଜଣାଅଛି ଏକ ଭାସମାନ ପରିବା ହାଟ ମଧ୍ୟ ଅଛି। ଏହି ପରିବା ହାଟ ବହୁତ ପ୍ରସିଦ୍ଧ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଡାଲ୍‌ ହ୍ରଦକୁ ଲୋକମାନେ ପରିବା ନେବା ପାଇଁ ଡଙ୍ଗାରେ ବସି ଆସିଥାନ୍ତି।

ଜଣାଇବାକୁ ଚାହିଁବୁ ଯେ ଏହି ପରିବା ହାଟ ଶ୍ରୀନଗରରେ ରହିଛି ଯାହା ସକାଳୁ ଖୋଲିଥାଏ ଏବଂ ପାଖାପାଖି ଦୁଇରୁ ତିିନି ଘଣ୍ଟା ପର୍ଯ୍ୟନ୍ତ ଖୋଲିଥାଏ। ଏହି ସମୟରେ ଡାଲ୍‌ ହ୍ରଦରେ ଥିବା ଏହି ପରିବା ହାଟରେ ବହୁତ ଭିଡ ଜମିଥାଏ। ଘାଟିରେ ୩୭୦ ଧାରା ହଟିବା ପରେ ଲାଗିଥବା କଟକଣା ସବୁ ପ୍ରତ୍ୟାହାର ହୋଇଛି । ଫଳରେ ଶ୍ରୀନଗରରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ।

Floating marketଏହି ହ୍ରଦରେ ଥିବା ପରିବା ହାଟରେ ସକାଳୁ ସକାଳୁ ନିଜ ନିଜ ଡଙ୍ଗାରେ ତାଜା ପରିବା ଲଦି ବିକ୍ରି କରିବାକୁ ଆସିଥାନ୍ତି। ଶ୍ରୀନଗରରେ ଗତ ବର୍ଷ ଆସିଥିବା ଭୀଷଣ ବାତ୍ୟା କାରଣରୁ ଏହି ହ୍ରଦ ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଏହା ପରଠାରୁ ଏହି ପରିବା ହାଟ ବନ୍ଦ ହୋଇ ଯାଇଥିଲା। କିନ୍ତୁ ପୁଣି ଥରେ ଏହି ହାଟ ଖୋଲି ଯାଇଛି।

ଶ୍ରୀନଗର ଡାଲ ହ୍ରଦରେ ଥିବା ଏହି ପରିବା ହାଟକୁ ଦେଖିବା ପାଇଁ ଦେଶ-ବିଦେଶରୁ ହଜାର ହଜାର ଲୋକ ସକାଳୁ ସକାଳୁ ଆସି ପହଁଚି ଯାଆନ୍ତି। ଏହା ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏଠାରୁ ପରିବା କିଣିଥାନ୍ତି। ଯଦି ଆପଣ ମଧ୍ୟ ଶ୍ରୀନଗର ଯାଇ ଏହି ବଜାରର ମଜା ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଡାଲ ହ୍ରଦର ଗୁଦେର ଇଲାକାକୁ ଯିବାକୁ ପଡିବ।

ଏହାସହ ପଢନ୍ତୁ : ଭାରତୀୟ ଆକାଶରେ ଉଡନ୍ତା ମଣିଷ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ !

ଏଇଠି ପରିବାର ଖାସ୍‌ ବଜାର ଲାଗେ। ସକାଳୁ ସକାଳୁ ବେପାରୀମାନେ ଡଙ୍ଗାରେ ବିଭିନ୍ନ ଜିନିଷ ଧରି ହ୍ରଦରେ ଏକାଠି ହୋଇଯାନ୍ତିି ଏବଂ ବିକ୍ରି କରନ୍ତି। ଏହି ପରିବା ହାଟରୁ କିଣାଯାଇଥିବା ପରିବାକୁ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.