Below header

କିଛି ଭୁଲ ଦେଖିଲୁ କି, କ୍ୟାପଟେନ୍ କୁଲ୍ ରାଗିଲେ କାହିଁକି ?

ନୂଆଦିଲ୍ଲୀ : କୁଲ୍ କୁଲ୍ ସୁପର କୁଲ୍ । ଯେତେ ସମସ୍ୟା ଜଡ଼ିତ ପରିସ୍ଥିତି ହେଉ ପଡ଼ିଆ ଭିତରେ ମହେନ୍ଦ୍ର ସିଂହ ଧୋନିଙ୍କୁ କେହି କେବେ ରାଗିବାର କିମ୍ବା ବିରକ୍ତ ହେବାର ଦେଖି ନାହିଁ । ଏମିତି ଏମିତି ସେ ନିଜର ଦୀର୍ଘ ବର୍ଷର ଅଧିନାୟକ ଜୀବନ ସାରି ଦେଲେ । ତଥାପି ତାଙ୍କ ନାଁରେ ଏହି ଅପବାଦ ନଥିଲା ଯେ ଧୋନି ଗୁରୁତ୍ବପୂର୍ଣ୍ଣ ସମୟରେ ବି ନିଜ ମାନସିକ ସନ୍ତୁଳନ ହରାଇଥିବାର ନଜିର ନାହିଁ । କିନ୍ତୁ ଏସିଆ କପରେ ଟିକେ ବ୍ୟତିକ୍ରମ ଘଟିଥିଲା । ଧୋନି ରାଗିଥିଲେ । ଗାଳି ବି ଦେଇଥିଲେ ଖେଳାଳିଙ୍କୁ ।

ଆଫଗାନିସ୍ତାନ ସହ ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇ ଧୋନିଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା । ଅଧିନାୟକ ଭାବେ ଧୋନିଙ୍କର ଏହା ଥିଲା ୨୦୦ତମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ । ତେବେ ଟାଇରେ ଶେଷ ହୋଇଥିବା ଏହି ମ୍ୟାଚ୍ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏତେ ଅଭିଜ୍ଞତା ଥିବା ସତ୍ତ୍ବେ ଧୋନିଙ୍କ ଅନୁସାରେ ବୋଲରମାନେ ବୋଲିଂ କରୁ ନଥିଲେ । ତେଣୁ ଖୁବ୍ ଅସନ୍ତୁଷ୍ଟ ହୋଇଥିଲେ ମାହି । କୁଲଦୀପ ଯାଦବ ବୋଲିଂ କଲା ବେଳେ ତାଙ୍କ ଅସନ୍ତୋଷ ପଦାକୁ ଆସି ଯାଇଥିଲା । ଯାଦବ ନିଜ ବୋଲିଂ ବେଳେ ଧୋନି ସଜାଇଥିବା ଫିଲଡିଂରେ କିଛି ପରିବର୍ତ୍ତନ କରିବାକୁ ଚାହିଁଥିଲେ । ହେଲେ ଧୋନି ମନା କଲେ । ସିଧାସଳଖ କହିଲେ ‘ବୋଲିଂ କରିବୁ ନା ମୁଁ ବୋଲର୍ ବଦଳାଇବି’  (ବୋଲିଂ କରେଗା ୟା ବୋଲର ଚେଞ୍ଜ କରେଁ) । ଏକଥା ଷ୍ଟମ୍ପ କ୍ୟାମେରାରେ ରେକର୍ଡ଼ିଂ ହୋଇଗଲା । ଅବଶ୍ୟ ଧୋନିଙ୍କର ଏଭଳି ଆଚରଣ କୁଲଦୀପଙ୍କୁ ଭଲ ଲାଗିନଥିଲା । ହେଲେ ଧୋନି ନିଜ ଜିଦରେ ଅଡ଼ି ରହିଥିଲେ । ଆଫଗାନିସ୍ତାନ ମ୍ୟାଚ୍ ପରେ ଧୋନି ଗଣମାଧ୍ୟମରେ ମଧ୍ୟ କହିଥିଲେ ଯେ ବୋଲରମାନେ ପରିସ୍ଥିତି ଓ ପିଚ୍ ଅନୁଯାୟୀ ବୋଲିଂ କରୁ ନାହାନ୍ତି ବୋଲି ।

DHONI

ସେହିପରି ବାଂଲାଦେଶ ସହ ଫାଇନାଲ୍ ମ୍ୟାଚ ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ବାଂଲା ଓପ୍ନର ଲିଟନ୍ ଦାସଙ୍କର ଏକ କ୍ୟାଚ୍ ମିଡୱିକେଟ୍ ଉପରେ ହାଡ଼ା କରି ଦେଲେ ଚହଲ । ସେତେବେଳେ ଅଧିନାୟକ ରୋହିତ ଶର୍ମା ଯେତିକି ରାଗି ନଥିଲେ ତାଠାରୁ ଅଧିକ ରାଗି ଯାଇଥିଲେ ଧୋନି । ୱିକେଟ୍ ପଛରେ ଥିବା ଧୋନି ଚହଲଙ୍କୁ ବେଶ୍ କିଛି ସମୟ ପାଇଁ ରାଗି ଯାଇ ଚାହିଁ ରହିଥିଲେ । ଏହି କ୍ୟାଚ୍ ହାତଛଡ଼ା ହେବା ପରେ ଲିଟନ୍ ଶତକ ହାସଲ କରିଥିଲେ । ତେବେ ୱିକେଟ୍ ପଛରେ ଧୋନି ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଦୁଇ ଦୁଇଟି ଷ୍ଟମ୍ପିଂ କରିଥିଲେ । ଏମିତିକି ଶତକ ହାସଲକାରୀ ଲିଟନ୍ ଦାସ ମଧ୍ୟ ତାଙ୍କ ଶିକାର ହୋଇଥିଲେ ।

ଏସବୁ ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରୋହିତ ଶର୍ମାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି । ସେ ସିଧାସଳଖ କିଛି କହି ନଥିଲେ ମଧ୍ୟ ବୁଲାଇ ବଙ୍କାଇ କହିଛନ୍ତି ‘ଧୋନି ଭାଇ ଆମର ଆଦର୍ଶ । ସେ ଦୀର୍ଘ ଦିନ ଧରି ଦଳର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ଆମେ ତାଙ୍କ ଠାରୁ ଅନେକ କଥା ଶିଖିଛୁ । ପଡ଼ିଆରେ ସେ କୌଣସି ନିଷ୍ପତ୍ତି ନେବା ବରେ ବିବ୍ରତ ହୁଅନ୍ତି ନାହିଁ । ଯେକୌଣସି ପରିସ୍ଥିତିରେ ନିଜକୁ ଶାନ୍ତ ରଖନ୍ତି । ଏବେବି ସେ ଆମକୁ ପରାମର୍ଶ ଦେଉଛନ୍ତି’ ।

DHONI AND ROHIT

ଆଗାମୀ ବିଶ୍ବକପରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନି । ତାଙ୍କର ଆଉ ପୂର୍ବ ପରି ଦମ୍ ନାହିଁ, ବୟସ ହୋଇଯାଇଥିବା ଦୃଷ୍ଟିରୁ ସେ ପୂରାପୂରି ଅବସର ନେଇଯିବା କଥା ବୋଲି ଚର୍ଚ୍ଚା ବି ହେଉଛି । କିନ୍ତୁ ଏସିଆ କପ୍ ଫାଇନାଲରେ ସେ ଯେଭଳି ଖେଳ ଦେଖାଇଲେ, ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ ।

ASIA CUP CHAMPION-1
ସପ୍ତମ ଥର ଏସିଆ କପ୍ ଚାମ୍ପିଅନ୍ ଭାରତୀୟ ଦଳ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.