Below header

ରଣଜୀ ମ୍ୟାଚ୍‌ : ତ୍ରିପୁରା ବିପକ୍ଷରେ ୨୧୫ ରନ୍‌ କଲେ ଓଡ଼ିଶା ଜିତିବ

କଟକ (କେ ନ୍ୟୁଜ୍‌) : ଟାଙ୍ଗି ସ୍ଥିତ ଡ୍ରିମସ୍‌ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚରେ ତ୍ରିପୁରା ଦଳ ଘରୋଇ ଓଡ଼ିଶା ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ଆଜି ତୃତୀୟ ଦିନରେ ଦ୍ୱିତୀୟ ଇନିଂସ୍‌ରେ ତ୍ରିପୁରା ଟିମ୍‌ ୩୦୪ ରନ୍‌ କରି ଆଉଟ୍‌ ହୋଇଛି ।

manishanker
ମଣିଶଙ୍କର ମୁରାସିଂହ : ୭୫ ରନ୍‌

ଗତକାଲି ଖେଳ ଶେଷ ସୁଦ୍ଧା ତ୍ରିପୁରା ଦଳ ୫ ଓ୍ଵିକେଟ୍‌ରେ ୧୩୦ ରନ୍‌ କରିଥିଲା । ଆଜି କିନ୍ତୁ ଶେଷଭାଗ ବ୍ୟାଟ୍ସମ୍ୟାନ୍‌ମାନେ ଓଡ଼ିଶା ବୋଲରଙ୍କୁ ପାଣି ପିଆଇ ଦେଇଥିଲେ । ବାକି ୫ଟି ଓ୍ଵିକେଟ୍‌ ବିନିମୟରେ ୨୭୩ ରନ୍‌ ସଂଗ୍ରହ କରିଥିଲା ଦଳ । ରାଣାଦତ୍ତ (୨୯) ଓ ହରମିତ ସିଂହ ଅଷ୍ଟମ ଓ୍ଵିକେଟ୍‌ରେ ୮୪ ରନ୍‌ ଯୋଡ଼ିଥିଲେ । ଏମାନଙ୍କ ଯୋଗୁଁ ତ୍ରିପୁରା ୩୦୦ ରନ୍‌ ଟପିବାକୁ ସମର୍ଥ ହୋଇଥିଲା । ଆଠ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ମଣିଶଙ୍କର ମୁରାସିଂହ ୭୫ ରନ୍‌ (୧୩ ଚୌକା ଓ ୧ ଛକା) ଏବଂ ନଅ ନମ୍ବର ବ୍ୟାଟସମ୍ୟାନ୍‌ ହରମିତ ସିଂହ ୪୬ ବଲ୍‌ରୁ ୪୨ ରନ୍‌ ସ୍କୋର କରିଥିଲେ । ଓଡ଼ିଶାର ଅଭିଜ୍ଞ ପେସ୍‌ ବୋଲର୍‌ ବସନ୍ତ ମହାନ୍ତି ୪ଟି ଓ୍ଵିକେଟ୍‌ ଦଖଲ କରିଥିଲେ ମଧ୍ୟ ତ୍ରିପୁରା ବ୍ୟାଟ୍ସମ୍ୟାନ୍‌ଙ୍କୁ ଶୀଘ୍ର ପାଭିଲିଆନ୍‌ ଫେରାଇ ଦେଇ ପାରି ନଥିଲେ । ସେହିପରି ରାଜେଶ ମହାନ୍ତିଙ୍କୁ ୪ ଓ୍ଵିକେଟ୍‌ ମିଳିଛି ।

ସ୍କୋର : ତ୍ରିପୁରା ପ୍ରଥମ ଇନିଂସ୍‌-୧୨୨ । ଦ୍ୱିତୀୟ ଇନିଂସ୍‌-୩୦୪, ୯୧.୩ ଓଭର (ବିଶାଲ ଘୋଷ ୪୮, ସ୍ମିତ ପଟେଲ ୨୯, ପ୍ରତ୍ୟୁଷ ସିଂହ ୩୨, ରାଣା ଦତ୍ତ ୨୯, ମଣିଶଙ୍କର ୭୫, ହରମିତ ସିଂହ ୪୨ । ବସନ୍ତ ମହାନ୍ତି ୨୫.୩-୯-୫୩-୪, ରାଜେଶ ମହାନ୍ତି ୨୫-୩-୯୪-୪) 
ଓଡ଼ିଶା ପ୍ରଥମ ଇନିଂସ୍‌ : ୨୧୨ । ଦ୍ୱିତୀୟ ଇନିଂସ୍‌ : ୬ ଓଭର ସୁଦ୍ଧା ୧୯/୧ା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.