Below header

କୋହଲିଙ୍କ ପୁଣି ଏକ ବିରାଟ ରେକର୍ଡ, ପଛରେ ପଡିଲେ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଓ ବ୍ରାଏନ ଲାରା

କ୍ୟାପଟେନ କୋହଲିଙ୍କ ଆଉ ଏକ ବିଶ୍ୱ ରେକର୍ଡ । ପଛରେ ପଡିଲେ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଓ ବ୍ରାଏନ ଲାରା । ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦ ହଜାର କ୍ଲବରେ ସାମିଲ ହୋଇଛନ୍ତି କୋହଲି । ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେଉଥିବା ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି ।

ବିରାଟଙ୍କ ପୂର୍ବରୁ ଏହି ରେକର୍ଡ ଲାରା ଓ ସଚିନଙ୍କ ନାଁରେ ଥିଲା । ଉଭୟ ୪୫୩ ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ମାତ୍ର ୪୧୭ ଇନିଂସରେ କରିଛନ୍ତି ଏହି ରେକର୍ଡ । ଏହି ସଫଳତା ପରେ ଏବେ କୋହଲି ବିଶ୍ୱର ୧୨ ତମ ଓ ଭାରତର ତୃତୀୟ ଖେଳାଳି ଭାବରେ ଏହି ସୌଭାଗ୍ୟ ହାସଲ କରିଛନ୍ତି । ବିରାଟଙ୍କ ପୂର୍ବରୁ ସଚିନ୍ ୩୪୩୫୭ ଓ ରାହୁଲ ୨୪୨୦୮ ରନ୍ କରି ୨୦ କ୍ଲବରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.