ପ୍ରଥମଥର ପାଇଁ ବେଙ୍ଗାଲୁରୁରେ ଖୋଲିବାକୁ ଯାଉଛି ୨ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ, ଭାରତ ପାଇଁ ଦେବ ଅନେକ ଫାଇଦା

ବେଙ୍ଗାଲୁରୁ: ଭାରତରେ ପ୍ରଥମ କରି ବେଙ୍ଗାଲୁରୁରେ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବାକୁ ଯାଉଛି। ଭାରତୀୟ ସିଭିଲ ଆଭିଏସନ୍ ରେଗୁଲେଟର (ଡିଜିସିଏ) ବେଙ୍ଗାଲୁରୁରେ ଏହି ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବା ପାଇଁ ସ୍ୱୀକୃତି ପ୍ରଦାନ କରିଛି । ବେଙ୍ଗାଲୁରୁରେ ଅତ୍ୟାଧୁନିକ ଜ୍ଞାନ କୈାଶଳରେ ସ୍କାଏଲାର୍କ ଡ୍ରୋନ ଏବଂ ଥ୍ରୋଟଲ ଏରୋସ୍ପେସକୁ ନିର୍ମାଣ କରାଯିବ ବୋଲି ସୁଚନା ମିଳିଛି । ଏହା ସମ୍ପୂର୍ଣ୍ଣ ନୂଆ ଡିଜିଟାଲ ସ୍କାଏ ପଲିସି ଆଧାରରେ ନିର୍ମାଣ ହେବ ।

ଭାରତ ସରକାର ଡିସେମ୍ବର ୨୦୧୮ରେ ଡିଜିଟାଲ ସ୍କାଏ ପଲିସି ଆଣିଥିଲେ । ଏହାଦ୍ୱାରା ଡ୍ରୋନ କମ୍ପାନୀ ମାନେ ନିର୍ମାଣ ନିମନ୍ତେ ଅନୁମତିକୁ ଶୀଘ୍ର ପ୍ରାପ୍ତ କରିବା ସହ ନୁତନ ଜ୍ଞାନ କୌଶଳରେ ଡ୍ରୋନ ନିର୍ମାଣ କରିପାରିବେ । ଡିଜିସିଏ ଦ୍ୱାରା ଅନୁମତି ପ୍ରାପ୍ତ କମ୍ପାନୀ ଗୁଡିକରେ ଡ୍ରୋନ ନିର୍ମାଣ ପାଇଁ ମୁଖ୍ୟତଃ NP-NT ସିଷ୍ଟମ, ଫ୍ଲାଇଟ ଲଗ୍ସ ସମେତ ଅନ୍ୟାନ୍ୟ ବର୍ଗ ରହିବ। ତେବେ ଏହା ନିର୍ମାଣ ହେବା ଦ୍ୱାରା ଏହାକୁ ଏୟାର ସର୍ଭେ ଏବଂ ଫୁଡ ଡେଲିଭରୀ କ୍ଷେତ୍ରରେ ଅଧିକ ଅଗ୍ରାଧିକାର ଦିଆଯିବ ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.