ସୁନା ମୂଲ୍ୟ ପାର କରୁଛି ସମସ୍ତ ରେକର୍ଡ, ଜାଣନ୍ତୁ କେତେ ରହିଛି ଆଜିର ଦର

ସୁନା ଦରରେ ସର୍ବକାଳୀନ ରେକର୍ଡ । ବର୍ତ୍ତମାନ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୩୪ ହଜାର ୫୦୦ ଟଙ୍କା । ସୁନା ଦାମରେ ସପ୍ତାହେ ଭିତରେ ପାଖାପାଖି ଅଢ଼େଇ ହଜାର ଟଙ୍କାର ବୃଦ୍ଧି ଘଟିଛି । ଏବେ ବାହାଘର ଋତୁ ଚାଲିଥିବା ବେଳେ ସୁନା ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏଥିଯୋଗୁ ସୁନା ଅଳଙ୍କାର କିଣାବିକା ମଧ୍ୟ ପ୍ରଭାବିତ ହୋଇଛି । ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଓ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟିକ ବିବାଦ ଯୋଗୁଁ ସେୟାର ବଜାରରେ ମାନ୍ଦାବସ୍ଥା ଦେଖାଯାଇଛି । ଏହାର ସିଧାସଳଖ ପ୍ରଭାବ ସୁନା ମାର୍କଟ ଉପରେ ପଡ଼ିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.