Below header

ଅମ୍ରିତଙ୍କ ସୁସ୍ଥତା ପାଇଁ ଛୁଟୁଛି ସହାୟତା ରାଶି: ୩୬ ଘଣ୍ଟା ଭିତରେ ଆସିଲା ଆଉ ୧୬ଲକ୍ଷ ଟଙ୍କା

ଭୁବନେଶ୍ବର : କରୋନାରେ ଗୁରୁତର ହୋଇ ମୃତ୍ୟୁ ସହ ଲଢ଼ୁଥିବା ଅମ୍ରିତଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କରି ଚାଲିଛନ୍ତି ଅଗଣିତ ଶୁଭେଚ୍ଛୁ। ତାଙ୍କୁ ବଞ୍ଚାଇବା ଲାଗି ସମସ୍ତେ ଲାଗି ପଡ଼ିଛନ୍ତି। ମିଳିଥିବା ଖବର ମୁତାବକ ଗତ ୩୬ ଘଣ୍ଟା ଭିତରେ ଆଉ ୧୫୮୦ଜଣ ଅପରିଚିତ ଲୋକ ଅମ୍ରିତର ଚିକିତ୍ସା ପାଇଁ ପ୍ରାୟ ୧୬ଲକ୍ଷ ଟଙ୍କା ସହାୟତା ରାଶି ପଠାଇଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମିଲାପ ଫଣ୍ଡ ରେଜର ଜରିଆରେ ୭୯୭୩ଜଣ ୮୬,୫୭,୫୨୫ ଟଙ୍କା ଦାନ କରି ସାରିଲେଣି।

ଅନ୍ୟପକ୍ଷ‌ରେ ଅମ୍ରିତକୁ ଏୟାର୍ ଆମ୍ବୁଲାନ୍ସରେ ଭୁବନେଶ୍ବର ଏମ୍ସରୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସେଠାରେ ତାଙ୍କର ଏକ୍‌ମୋ ଚିକିତ୍ସା ଚାଲିଛି। ଗତକାଲି ଡାକ୍ତରମା‌ନେ ତାଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରିଛନ୍ତି। ଗଳା ନିକଟରେ ଏକ କଣା କରାଯାଇ ଏକ ପାଇପ ମାଧ୍ୟମରେ ଫୁସ୍‌ଫୁସ୍‌କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଏକ୍‌ମୋ ମେସିନ୍‌ ଉପରେ ନିର୍ଭରଶୀଳ ଅଛନ୍ତି। ତ‌ାଙ୍କର ଫୁସ୍‌ଫୁସ୍‌ ଅଧିକ ସଂକ୍ରମିତ ହୋଇଯାଇଥିବାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନେଇ ଏବେ କିଛି ଆକଳନ କରିହେବ ନାହିଁ। ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇ ଦୁଇ ସପ୍ତାହ ପ‌ାଇଁ ନିରୀକ୍ଷଣରେ ରଖାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.