Below header

ବାଇକ-ବାଇକ୍ ମୁହାଁମୁହିଁ ଧକ୍କା, ବୋହୂ ମୃତ, ଶ୍ବଶୁର ଗୁରୁତର

ବାଇକ-ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ବୋହୂର ଜୀବନ । ଗୁରୁତର ହୋଇଛନ୍ତି ଶ୍ବଶୁର । ବାଲେଶ୍ବର ଜିଲ୍ଲା ଜଳେଶ୍ବର- ପଶ୍ଚିମବାର୍ଡ ମୁଖ୍ଯ ରାସ୍ତାର ଶାଳିକୋଠା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଜଳେଶ୍ବର : ବାଇକ-ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ବୋହୂର ଜୀବନ । ଗୁରୁତର ହୋଇଛନ୍ତି ଶ୍ବଶୁର । ବାଲେଶ୍ବର ଜିଲ୍ଲା ଜଳେଶ୍ବର- ପଶ୍ଚିମବାର୍ଡ ମୁଖ୍ଯ ରାସ୍ତାର ଶାଳିକୋଠା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ମୃତକ ହେଲେ ଜଳେଶ୍ବର ଥାନା ବର୍ତ୍ତନା ଗାଁର ମିଲିରାଣୀ ଜେନା । ଶ୍ବଶ୍ବର ଅରୁଣ ଜେନାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ବଶୁରଙ୍କ ସହ ଜଳେଶ୍ଵର ବଜାରରୁ ଜିନିଷପତ୍ର କିଣି ଘରକୁ ଫେରୁଥିଲେ ମିଲିରାଣୀ । ଏଥିକିବେଳେ ଶାଳିକୋଠା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଅଢ଼େଇ ବର୍ଷ ତଳେ ମିଲିରାଣୀଙ୍କର ବିବାହ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.