Below header

ଖାତକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର, ହେଲପର

ଖାତକୁ ଖସିଲା ବସ୍। କିନ୍ତୁ ବସ୍ ଖାଲି ଥିଲା । ଡ୍ରାଇଭର, ହେଲପର ଅଳ୍ପକେ ବର୍ତ୍ତିଗଲେ। ବାଲେଶ୍ବର ସୋରେ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।

ସୋରେ : ଖାତକୁ ଖସିଲା ବସ୍। କିନ୍ତୁ ବସ୍ ଖାଲି ଥିଲା । ଡ୍ରାଇଭର, ହେଲପର ଅଳ୍ପକେ ବର୍ତ୍ତିଗଲେ। ବାଲେଶ୍ବର ସୋରେ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରଜାପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଣ୍ଟାଏରୁ ଅଧିକ ସମୟ ଧରି ଭୁବନେଶ୍ବର-ବାଲେଶ୍ବର ଜାତୀୟ ରାଜପଥ ଜାମ୍ ରହିଛି। ଶ୍ରୀରାଧା ମାଧବ ନାମକ ଟୁରିଷ୍ଟ ବସ ବାଲେଶ୍ୱରରୁ ନୟାଗଡ଼ ଯିବାବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖିସିଛି। ରାସ୍ତା ଉପରେ ଅଧା ଓ ରାସ୍ତା ତଳକୁ ବସର ଅଧା ଅଂଶ ଝୁଲି ରହିଥିବାରୁ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ପୋଲିସ ପହଞ୍ଚି ଟ୍ରାଫିକ ବ୍ୟଵସ୍ଥା ସ୍ୱାଭାଵିକ କରିଵାକୁ ଉଦ୍ୟମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.