Below header

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ନିର୍ମାଣ କଲେସୁଦର୍ଶନ ପଟ୍ଟନାୟକ

୫୦୦ ମିନିଆଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା । ଅଯୋଧ୍ୟାରେ ଏଭଳି ସୁନ୍ଦରକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

୫୦୦ ମିନିଆଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା । ଅଯୋଧ୍ୟାରେ ଏଭଳି ସୁନ୍ଦରକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୫୦୦ ବର୍ଷ ପରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଏହାକୁ ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ରାମ ମନ୍ଦିରର ଛୋଟ ବଡ଼ ପ୍ରାୟ ୫୦୦ ମିନିଆଚରକୁ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ସୁଦର୍ଶନ ।

୨୩ ଫୁଟ ଉଚ୍ଚର ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ଶୋଭା ପାଉଛି । ଏହି ବାଲୁକା କଳାର ଡାହାଣ ବା ଦକ୍ଷିଣ ପାର୍ଶ୍ୱରେ ଯୋଡ ହସ୍ତ ହୋଇ ଶ୍ରୀରାମଙ୍କ ଉପାସନାରେ ମଗ୍ନ ଥିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିତ୍ର ଖୁବ୍ ଆକର୍ଷଣୀୟ ହୋଇଛି । ଅନ୍ୟ ପାର୍ଶ୍ବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଜୋଡ ହସ୍ତରେ ଶ୍ରୀରାମଙ୍କ ଉପାସନା କରୁଥିବା ଦେଖିବାକୁ ମିଳିଛି । ସୁଦର୍ଶନ ଓ ପୁରୀରୁ ଯାଇଥିବା ତାଙ୍କର ୮ ଜଣ ଛାତ୍ର ମିଶି ଏହି ବାଲୁକା କଳାଟିକୁ ଦୁଇ ଦିନରେ ନିର୍ମାଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.